ଲକର୍ମା ବିଦ୍ୟାଳୟଠାରେ ଶିଶୁ ଦିବସ ପାଳିତ।
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ହରଡ଼ଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲକର୍ମାଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରକୁ ପୂଜାର୍ଚ୍ଚନା କରିବା ସହ ତାଙ୍କର ଜୀବନୀ ଏବଂ ଶିଶୁସ୍ନେହ ଗୁଣାବଳୀ ଉପରେ ବିଶଦ ଆଲୋଚନା କରାଯାଇଥିଲା।

ଏହା ସହ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ଆଜି ଦିନକୁ ବ୍ୟାଗ୍ ଲେସ୍ଡେ ଭାବରେ ଗ୍ରହଣ କରାଯାଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା -ନୃତ୍ୟ, ସଙ୍ଗୀତ, ଚିତ୍ର, ଗଳ୍ପ କଥନ ଆଦି ଆୟୋଜନ କରାଯାଇଥିଲା। ଶେଷରେ ଶିକ୍ଷକ ଦୟାନିଧି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
