July 2, 2025
Home » ଜୁପିଟର୍ ଶିକ୍ଷାନୁଷ୍ଠାନ ର କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ !

ଜୁପିଟର୍ ଶିକ୍ଷାନୁଷ୍ଠାନ ର କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ !

0
WhatsApp Image 2025-05-24 at 10.26.57 AM

ଛତ୍ରପୁର: ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜୁପିଟର୍ କୋଚିଙ୍ଗ ସେଣ୍ଟର୍ ବହୁ ମାତ୍ରରେ ସଫଳତା ହାସଲ କରିଛି ।
ଏନେଇ ସର୍ବମୋଟ ତିନିଜଣ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ ଙ୍କୁ ଉପଢୌକନ ସହ ଅନୁଷ୍ଠାନ ପରିସରରେ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି ।
ସେମାନେ ହେଲେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ସ୍ଥାନ ଯାହା ଏ-୧ ଗ୍ରେଡ୍ ହାସଲ କରିଥିବା ଛାତ୍ର ସୁମନ୍ ଗୌଡ଼ ୫୪୪ ନମ୍ବର ରଖିଥିବା ବେଳେ ବାଣିଜ୍ୟ ବିଭାଗରେ ଅମିତ୍ କୁମାର୍ ବେହେରା ୫୧୫ ନମ୍ୱର ରଖିଛନ୍ତି । ସେହିପରି କଳା ବିଭାଗରେ ଛାତ୍ରୀ ସୁଲଗ୍ନା ପ୍ରିୟଦର୍ଶନୀ ସାହୁ ୪୬୧ ନମ୍ୱର ରଖି କୃତ୍ତିତ୍ଵ ହାସଲ କରି ଜୁପିଟର୍ କୋଚିଙ୍ଗ ସେଣ୍ଟର୍ ଗୌରବ ବଜାୟ ରଖିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ’ ଜୁପିଟର୍ କୋଚିଙ୍ଗ ସେଣ୍ଟର୍ ବିଜ୍ଞାନ ବିଭାଗରେ ସର୍ବମୋଟ ୪୦ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ତନ୍ମଧ୍ୟରୁ ୨୭ ଜଣ ବିଦ୍ୟାର୍ଥୀ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଚନ୍ତି । ସେହିପରି ବାଣିଜ୍ୟ ବିଭାଗରେ ସର୍ବମୋଟ ୪୦ ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରି ସେଥିରୁ ୨୫ ଜଣ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ଏବଂ ୨୦ ଜଣ କଳା ବିଭାଗ ପରୀକ୍ଷାରେ ପ୍ରଥମ ସ୍ଥାନରେ ମାତ୍ର ୨ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ଯ ହାସଲ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଗୌରବର ବିଷୟ ହୋଇଛି । ଏହି ସମସ୍ତ ଛାତ୍ର ଛାତ୍ରୀ ଜିଲ୍ଳାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ (ଛତ୍ରପୁର)ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଅଟନ୍ତି । ଶୁକ୍ରବାର ଅନୁଷ୍ଠିତ ଏକ ଭବ୍ୟସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ପ୍ରମୁଖ ସର୍ବୋଚ୍ଚ ନମ୍ବର ଧାରୀ ବିଦ୍ୟାର୍ଥି ଙ୍କୁ ସମ୍ମାନୀତ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟ କାମନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ସୁଧୀର ସାହୁ ଏହି ସମସ୍ତ କାର୍ଯ୍ୟକ୍ରମ ଅୟୋଜନ କରି ଛାତ୍ର ଛାତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *