ଜ୍ଞାନ ପ୍ରକାଶ”ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜଗନ୍ନାଥ ଧାମରେ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର —ଓଡ଼ିଶା ମାଟି ବୌଦ୍ଧ ଜିଲ୍ଲାରୁ ଜନ୍ମ ନେଇଥିବା “ଜ୍ଞାନ ପ୍ରକାଶ” ତାହାର ଦଶବର୍ଷ ପୂର୍ତ୍ତି ଅବସରରେ ଜଗନ୍ନାଥ ଧାମରେ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦୀର୍ଘ ୧୦ ବର୍ଷ ପୂର୍ବେ ବୌଦ୍ଧ ସହରର ପୁଷ୍ପଗିରି ଛାତ୍ରାବାସରେ ଏହି ସଂସ୍ଥାର ଶୁଭାରମ୍ଭ ହୋଇଥିଲା। ସ୍ଥାପନା ପରଠାରୁ ଏହା ଜିଲ୍ଲା ମାଟିରୁ ଆରମ୍ଭ କରି ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର କାର୍ଯ୍ୟକ୍ରମ ଓ ସେବାକାର୍ଯ୍ୟକୁ ବିସ୍ତାର କରିଆସୁଛି।

ଏହି ଅବସରରେ ବୌଦ୍ଧ ଜିଲ୍ଲା ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଂସ୍ଥାର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥି ବର୍ତ୍ତମାନ ସମୟରେ “ଜ୍ଞାନ ପ୍ରକାଶ”ର ଅବସ୍ଥା ଓ ଭବିଷ୍ୟତ ପରିକଳ୍ପନା ବିଷୟରେ ଆଲୋଚନା କରିଥିଲେ।ସମ୍ପାଦକ ସରୋଜ କୁମାର ସାହୁ ପତ୍ରିକାର ମାନ ବୃଦ୍ଧି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ବସନ୍ତ କୁମାର ସାହୁ କହିଥିଲେ ଯେ “ଜ୍ଞାନ ପ୍ରକାଶ” ମାଧ୍ୟମରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ନିଜ କୃତିକୁ ଜାତୀୟ ସ୍ତରରେ ପରିଚିତ କରିପାରିଛନ୍ତି। ସଭାରେ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମତବ୍ୟକ୍ତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..
