May 6, 2026
Home » ଜୟ ମା ରାମାୟଣାମ୍ମା ଙ୍କ ସୁନ୍ଦର ଭଜନ ଉନ୍ମଚିତ

ଜୟ ମା ରାମାୟଣାମ୍ମା ଙ୍କ ସୁନ୍ଦର ଭଜନ ଉନ୍ମଚିତ

0
WhatsApp Image 2026-05-05 at 3.06.22 PM

 

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ  ଠାକୁରାଣୀ ଯାତ୍ରା ଏକ ମାସ ଧରି ଆୟୋଜିତ ହେବାକୁ ଥିବା ବେଳେ ଆରମ୍ଭ ଦିନ ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଙ୍କ ଦ୍ଵାରା ଭାବ ଭରା ସୁନ୍ଦର ଭଜନ ଜୟ ମା ରାମାୟଣାମ୍ମା ଙ୍କ ଆଧାରିତ ସଙ୍ଗୀତ କୁ ଆଜି ଉନ୍ମଚିତ କରିଛନ୍ତି । ମା ରାମାୟଣାମ୍ମା ଙ୍କ ମହିମା ଛତ୍ରପୁର ପାଇଁ ଅତୁଳନୀୟ ଅଟେ । ପାଖାପାଖି ଦୀର୍ଘ ବର୍ଷ ପରେ ନୂଆ ପ୍ରୟାସ ପ୍ରଚେଷ୍ଟା ବଳରେ ଏଭଳି ଭାବପୂର୍ଣ୍ଣ ସଙ୍ଗୀତ ହୋଇପାରିଛି । ଏହି ସଙ୍ଗୀତ କୁ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ କଣ୍ଠ ଦାନ କରିଥିବା ବେଳେ ଲେଖକ ଆଦିକନ୍ଦ ସେଠୀ ମ୍ୟୁଜିକ୍ କୁମାର ତାପସ୍ ପ୍ରଡୁସେର୍ ସମୀର କୁମାର ବେହେରା, ରିତେଶ କୁମାର ସେନାପତି , ଏବଂ ମନୋଜ କୁମାର, ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁବ୍ରତ ସେନାପତି, ସଞ୍ଜିତ ରାଉଳ,ରାମେଶ୍ୱର ପଣ୍ଡା ଅରୁଣ ସତପଥି, ପ୍ରଶାନ୍ତ ସତପଥି, ମଧୁସ୍ମିତା ପଟ୍ଟନାୟକ,କେ. ଚନ୍ଦ୍ରଶେଖର ରାଓ, ସୁମନ ପଟ୍ଟନାୟକ,ମନୋଜ ଆଚାର୍ଯ୍ୟ , ପଟ୍ଟନାୟକ, ଆଡଭୋକେଟ୍ ବି.ଶ୍ରୀନିବାସ , ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଏହି ଗୀତ କୁ ଉପଭୋଗ କରିଥିଲେ ଏହା ସହିତ ଭୂୟସୀ ପ୍ରଂଶସା କରିଥିଲେ। ଶେଷରେ ଉଦଘୋଷକ ଶିବାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *