ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ ସତ୍ୟମ୍ ନୃତ୍ଯ ସେଵା କଳା କେନ୍ଦ୍ର ପକ୍ଷରୁ ନୃସିଂହ ଜନ୍ମୋତ୍ସବ ପାଳିତ
ଛତ୍ରପୁର: ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଘଡଘଡାପଲ୍ଲୀ ଗ୍ରାମ ରେ ଅବସ୍ଥାପିତ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ ସତ୍ୟମ୍ ନୃତ୍ଯ ସେଵା କଳା କେନ୍ଦ୍ର ପକ୍ଷରୁ ପ୍ରତିଷ୍ଠିତ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଶ୍ରୀ ନୃସିଂହ ଚତୃଦ୍ଦର୍ଶୀ ତଥା ନୃସିଂହ ଠାକୁର ଙ୍କ ଜନ୍ମୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାସୁଡୁ ନୃତ୍ଯ ଗୁରୁ ଡ଼ଃ. ଆର୍. ସତ୍ୟମ୍ ରେଡ୍ଡୀ ଙ୍କ ନେତ୍ତୃତ୍ଵରେ ବିଦ୍ଧିବଦ୍ଧ ଭାବେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା , ହୋମ, ଯାଗଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିବା ସାଂଗକୁ ନୂତନ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସମ୍ଭାରରେ ୧୦୮ ହନୁମାନ ଚାଳିଶା ପାଠ, ଭଜନ କୀର୍ତ୍ତନ, କୋହଲା-ଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି । ଏହି ନୃସିଂହ ଚତୃଦ୍ଦର୍ଶୀ ଯାତ୍ରାରେ ଅଗଣିତ ଭକ୍ତଜନ ଯୋଗଦେଇ ଶ୍ରୀ ନୃସିଂହ ଠାକୁର ଙ୍କ ଜନ୍ମୋତ୍ସବରେ ବିଭୂକୃପା ଲାଭ କରିଥିଲେ ।।
muna behera nka report
