August 20, 2026
Home » ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତାମାନଙ୍କ ଇସ୍ରୋ ପରିଭ୍ରମଣ

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତାମାନଙ୍କ ଇସ୍ରୋ ପରିଭ୍ରମଣ

0
WhatsApp Image 2026-05-26 at 7.28.31 PM

ଭୁବନେଶ୍ୱର: ମହାକାଶ ଗବେଷଣା ଓ ଗ୍ରହ ନକ୍ଷତ୍ର ମାନଙ୍କ ଉପସ୍ଥିତି ଏବଂ ଗତିବିଧି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବା ନିଶ୍ଚିତ ଭାବେ ଏକ ସୁଯୋଗ । ଏହି ସୁଯୋଗକୁ ସଫଳ ରୂପାୟନ ପାଇଁ ଆଜି ରାଜ୍ୟର ୩୦ ଜଣ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସତୀଶ ଧାୱନ ମହାକେଶ କେନ୍ଦ୍ରକୁ ଶିକ୍ଷାଭିତ୍ତିକ ଗସ୍ତ କରିଛନ୍ତି । ‘ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ’ (ୟାଟ୍ସ)ର ୩୦ଜଣ କୃତୀ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଏହି ଗସ୍ତ ମେ ୨୬ ତାରିଖରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟାରିୟମ ସହଯୋଗିତାରେ ଆୟୋଜିତ ୧୯ତମ ସଂସ୍କରଣରେ ସାରା ରାଜ୍ୟର ୭୬,୭୦୦ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୦ଜଣ ବିଜେତା ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଗସ୍ତ ପାଇଁ ମନୋନୀତ କରାଯାଇଥିଲା।

ଏହି ଶିକ୍ଷାଭିତ୍ତିକ ଗସ୍ତର ଶୁଭାରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଳେ ଯେ ପ୍ରଥମ ଥର ପାଇଁ ୟାଟ୍ସ ବିଜେତାମାନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋ ପ୍ରତିଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହି ଶିକ୍ଷାଭିତ୍ତିକ ପରିଭ୍ରମଣରେ ସେମାନେ ମହାକାଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ବିଷୟରେ ଅନେକ ତଥ୍ୟ ଜାଣିବାର ସୁଯୋଗ ପାଇବେ। ଏହି ଯୁବ ଜ୍ୟୋତିର୍ବିଜ୍ଞାନୀମାନେ ଆଗାମୀ ଦିନରେ ପ୍ରସିଦ୍ଧ ବୈଜ୍ଞାନିକ ହୋଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆନିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟର ପରିଭ୍ରମଣରେ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାକାଶ ଅନୁସନ୍ଧାନକାରୀଙ୍କ ମଧ୍ୟରେ ସାମିଲ ହେବା ପାଇଁ କଠିନ ପରିଶ୍ରମ ଓ ବୁଦ୍ଧିମତ୍ତାର ସହ କାର୍ଯ୍ୟ କରିବାକୁ ପିଲାମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ପିଲାମାନେ ଟେଲିମେଟ୍ରି ଦେଖିବା ଏବଂ ରକେଟ୍ ଉତ୍‌କ୍ଷେପଣ ତାହା ଦେଖିବାର ସୁଯୋଗ ପାଇବେ। ଏହା ନିଶ୍ଚିତ ଭାବରେ ଆପଣ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶ୍ରୀମତୀ ଊର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ, ଶିକ୍ଷକ ଏବଂ ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ଅଧିକାରୀମାନଙ୍କ ସହ ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଏଆର୍‌ର ବିଭିନ୍ନ ବିଭାଗ ପରିଦର୍ଶନ କରିବେ ଏବଂ ଭାରତର ମହାକାଶ ମିଶନ, ଲଞ୍ଚ୍ ଭେହିକିଲ ସିଷ୍ଟମ୍‌, ସାଟେଲାଇଟ୍ ଟେକ୍ନୋଲୋଜୀ ଏବଂ ଟ୍ରାକିଂ କାର୍ଯ୍ୟକଳାପ ବିଷୟରେ ଅଧିକ ଜାଣିପାରିବେ।

“ଆଜିର ନକ୍ଷତ୍ରଦର୍ଶୀ ଆସନ୍ତାକାଲିର ମହାକାଶଚାରୀ’ ବିଷୟବସ୍ତୁ ଉପରେ ଆଧାରିତ ୟାଟ୍ସର ୨୦୨୫-୨୬ ସଂସ୍କରଣର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳ୍ପନାଶକ୍ତିର ବିକାଶ କରିବା ଏବଂ ବୈଜ୍ଞାନିକ ମନୋଭାବକୁ ସୁଦୃଢ଼ କରିବା। ୨୦୦୭ ମସିହାରେ ୟାଟ୍ସ ଆରମ୍ଭ ହେବା ପରଠାରୁ ଏହି କାର୍ଯ୍ୟକ୍ରମରେ ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇସାରିଥିବା ବେଳେ ୨୬୦ ରୁ ଅଧିକ ବିଜେତା ଦେଶର ବିଭିନ୍ନ ଇସ୍ରୋ ପ୍ରତିଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଓଡ଼ିଶାର ଆଗାମୀ ପିଢ଼ିର ବୈଜ୍ଞାନିକ, ଅଭିନବକାରୀ ଏବଂ ମହାକାଶ ପ୍ରେମୀମାନଙ୍କୁ ଅନୁପ୍ରାଣିତ କରିବାରେ ୟାଟ୍ସ ଭାରତର ସବୁଠାରୁ ପ୍ରଭାବଶାଳୀ ବିଜ୍ଞାନ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed