May 27, 2026
Home » ଦେଶରେ ଧନୀ-ଗରିବ ତାରତମ୍ୟ ଭୟଙ୍କର ଭାବେ ବୃଦ୍ଧି ପାଉଛି–ରାଜ୍ୟ କଂଗ୍ରେସ

ଦେଶରେ ଧନୀ-ଗରିବ ତାରତମ୍ୟ ଭୟଙ୍କର ଭାବେ ବୃଦ୍ଧି ପାଉଛି–ରାଜ୍ୟ କଂଗ୍ରେସ

0
WhatsApp Image 2026-05-26 at 7.33.58 PM
ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ପରଚାଳନା ଓ ବହୁ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ବର୍ଷର ଅର୍ଥନୀତି ଆଜି ନିମ୍ନଗାମୀ । ଏକ ଭୟଙ୍କର ଅର୍ଥନୈତିକ ବାତ୍ୟା ଭାରତ ପ୍ରତି ମାଡ଼ି ଆସୁଛି ଯାହାକି ଦୀର୍ଘ ବର୍ଷର କଠିନ ପରିଶ୍ରମ ଦ୍ୱାରା ଭାରତ ବର୍ଷର ଅର୍ଥନୀତି ଯେଉଁ ପ୍ରଗତୀ ହାସଲ କରିଥିଲା ତାହା ଆଜି ଶେଷ ହେବାକୁ ଯାଉଛି । ନରେନ୍ଦ୍ର ମୋଦିଙ୍କ ଦୀର୍ଘ ୧୨ ବର୍ଷର ଶାସନ କାଳ ଭିତରେ କେବଳ ଭାରତ ବର୍ଷର ଅର୍ଥନୀତିର ବୃହତ ଅଂଶ କେବଳ ଆଦାନୀ ଓ ଆମ୍ବାନୀଙ୍କ ହାତରେ ରହିଯାଇଛି । ଏହାଦ୍ୱାରା ଯୁବପୀଢ଼ି, ଗରିବ, ମଧ୍ୟମବର୍ଗ, ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ଆଗକୁ ମଧ୍ୟ ହେବେ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଦେବାଶିଷ ନାୟକ ସାମ୍ବାଦିକ ମାନଙ୍କୁ କହିଥିଲେ ।
ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି କହିଥିଲେ ଯେ ଏହି ଦୀର୍ଘ ୧୨ ବର୍ଷ ଭିତରେ ଧନୀ ଗରିବ ତାରତମ୍ୟ ଭୟଙ୍କର ଭାବରେ ବୃଦ୍ଧି ପାଇଛି ଓ ଆଗକୁ ଏହା ଦ୍ରୁତ ଗତିରେ ବଢ଼ି ଚାଲିଛି । ଭାରତ ବର୍ଷରେ ୪୦ ପ୍ରତିଶତ ଗ୍ରାଜୁଏଟ ଯୁବକ ଓ ଯୁବତୀମାନେ ବେରୋଜଗାର ଅଛନ୍ତି । ୧୫ରୁ ୨୯ ବର୍ଷ ଯୁବ ବର୍ଗଙ୍କ ବେକାରୀ ସମସ୍ୟା ପିଏଲଏଫଏସ ରିପୋର୍ଟର ଅପ୍ରେଲ ମାସର ତଥ୍ୟ ଅନୁସାରେ ଏହା ୧୫.୨ ପ୍ରତିଶତ ଅଟେ । ସମାନ ଭାବରେ ୧୫ରୁ ୨୪ ବର୍ଷ ଯୁବ ମହିଳାଙ୍କ  କ୍ଷେତ୍ରରେ ବେରୋଜଗାରୀ ହାର ୧୮.୭ ପ୍ରତିଶତ । ମୋଦି ସରକାରଙ୍କର ୧୨ ଶାସନ ଭିତରେ ମୁଣ୍ଡ ପିଛା ଋଣର ପରିମାଣ ୧୧ ଗୁଣା ବୃଦ୍ଧି ପାଇଛି । ୧୯୪୭ ମସିହା  ଠାରୁ ଆରମ୍ଭ କରି ୨୦୧୪ ମସିହା ମେ ମାସ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସମୁଦାୟ ଋଣ ୫୫ ଲକ୍ଷ କୋଟି ଥିଲାବେଳେ ୨୦୨୬ ଅପ୍ରେଲ ମାସ ସୁଦ୍ଧା ଏହା  ୨୦୦.୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ôଚଛି । ଏହି ୧୨ ବର୍ଷ ଭିତରେ ୧୪୫.୫୩ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଋଣ କରିଛନ୍ତି ।  ଭାରତ ବର୍ଷର ଅତ୍ୟଧିକ ୧ ପ୍ରତିଶତ ଧନୀ ୪୦ ପ୍ରତିଶତ ଜାତୀୟ ସମ୍ପତ୍ତିର ଅଧିକାରୀ ଅଟନ୍ତି । କିନ୍ତୁ ଶେଷ ୫୦ ପ୍ରତିଶତ ଜନସାଧାରଣ  ମାତ୍ର ୬ ପ୍ରତିଶତ ଜାତୀୟ ସମ୍ପତ୍ତି ଅଧିକାରୀ ଅଟନ୍ତି, ଖାଲି ସେତିକି ନୁହେଁ ଭାରତ ବର୍ଷର ୧୦ ପ୍ରତିଶତ ଧନୀ ଲୋକମାନେ ୬୫ ପ୍ରତିଶତ ଜାତୀୟ ସମ୍ପତ୍ତିର ଅଧିକାରୀ ଅଟନ୍ତି । ଏ ୧୧ ବର୍ଷ ଶାସନକାଳ ଭିତରେ ଗୌତମ ଆଦାନୀଙ୍କର ସମ୍ପତ୍ତି ୧୦୦୦ ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୨୪ ମସିହା ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୭.୧ ବ୍ରିଲିୟନ ଡଲାର ଥିବା ବେଳେ ୨୦୨୬ ମସିହା ମାର୍ଚ୍ଚ ମାସ ବେଳକୁ ଏହା ୯୨ ବିଲିୟନ ଡଲାରରେ ପହଞ୍ôଚଛି । ୨୦୧୯-୨୦୨୫ ମଧ୍ୟରେ ମୁକେଶ ଆମ୍ବାନୀଙ୍କର ଆୟ ୧୫୩ ଗୁଣା ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଭାରତ ବର୍ଷର ୫ଟି ଅତ୍ୟନ୍ତ ଧନୀ ପରିବାରର ବ୍ୟକ୍ତିଗତ ଆୟ ୪୦୦ ଗୁଣା ଆୟ ବୃଦ୍ଧି ଘଟିଥିଲା ବେଳେ ଗୌତମ ଆଦାନୀଙ୍କ ବୃଦ୍ଧି ପାଇଛି କିନ୍ତୁ ସେହି ସମୟ ମଧ୍ୟରେ ଭାରତ ବର୍ଷର ୮୦ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣଯୋଜନା ମାଧ୍ୟରେ ୫ କେଜି ଅଧିକ ଚାଉଳ ପାଇ ଜୀବନ ଜିଉଁଛନ୍ତି । ଏହି ସରକାରଙ୍କ ସମୟରେ ୯୦ଟି ନିଯୁକ୍ତି ଭିତ୍ତିକ ପରୀକ୍ଷା ବାତିଲ ହୋଇଛି ଏବଂ ଏହି ୫ ବର୍ଷ ଭିତରେ ୪ଥର ମେଡିକାଲ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ୯ କୋଟି ଯୁବକ ଯୁବତୀ ନିଯୁକ୍ତି ନପାଇଁ ହନ୍ତସନ୍ତ ହେଉଛନ୍ତି । ବିମୁଦ୍ରୀକରଣ, ଜିଏସଟି ଭାରତର ଅର୍ଥନୀତିକୁ ସମୁଦାୟ ଟଳମଳ କରିଦେଇଥିଲା ବେଳେ ଭିଡ ହିଂସା ଭୟ ଓ ଘୃଣା ଆଜି ସମାଜରେ ଅରାଜକତା ସୃଷ୍ଟି କରିଛି । ଫଳସ୍ୱରୂପ ଏହାର ପ୍ରଭାବ ଅର୍ଥନୀତି ଉପରେ ଖୁବ ଜୋରରେ ପଡ଼ିଛି । ମୋଦି ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି ଯେ ଭାରତର ଜିଡିପିର ଅଭିବୃଦ୍ଧି ହାର ପ୍ରକୃତ ସଂଖ୍ୟାଠାରୁ ୨.୫ ଅଧିକ ଦେଖା ଯାଉଛି । ଫଳ ସ୍ୱରୂପ ଆଇଏନଏଫ ଭାରତର ପରିସଂଖ୍ୟନ ବ୍ୟବସ୍ଥାକୁ ସି ଗ୍ରେଡ ଦେଇଛି ।  ମୋଦି ସରକାର ଜନକଲ୍ୟାଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ବନ୍ଦ କରିଦେଉଛନ୍ତି । ମୋଦିଙ୍କ ଶାସନ କାଳରେ କୃଷକର ଆୟ ଦୁଇଗୁଣା ବୃଦ୍ଧି ପାଇଲା ନାହିଁ । ସରକାରଙ୍କର ସାମଗ୍ରିକ ବିଫଳା ଯୋଗୁଁ ଆଜି ଦେଶ ଟ୍ରମ୍ପ ସରକାରଙ୍କ ପାଖରେ ନତମସ୍ତକ । ଭାରତବର୍ଷର ଶକ୍ତି ନିରାପତ୍ତା ପାଇଁ କେନ୍ଦ୍ର ସରକାର ୧୨ ବର୍ଷ ଭିତରେ ଏକ ଟଙ୍କା ଖର୍ଚ୍ଚ କରିନାହାନ୍ତି ।  ଖୁଚୁରା ମୁଦ୍ରାସ୍ପିତି ହୁ ହୁ ହୋଇ ବଢ଼ିଚାଲିଛି । ମୁଣ୍ଡପିଛା ଆୟ ମୁଦ୍ରାସ୍ପତ୍ତିକୁ ହିସାବକୁ ନେଲେ ଏହା ସର୍ବନିମ୍ନ ସ୍ତରକୁ ଚାଲିଯାଇଛି । ଲୋକଙ୍କର ସଂଚୟ ବହୁ ପରିମାଣରେ କମି ଯାଇଛି । କିନ୍ତୁ ସରକାର ନିଜର ମିଛ ପ୍ରଚାର କରୁଛନ୍ତି । ଦୁର୍ବଳ ଅର୍ଥନୀତି ଯୋଗୁଁ ଆମ ପୁଞ୍ଜିବଜାରରେ ବଡ଼ ଭୁକମ୍ପ ଦେଖିବାକୁ ମିଳୁଛି । ଭାରତ ବର୍ଷର ଲକ୍ଷ ଲକ୍ଷ ନିମ୍ନ ଆୟକାରୀ ବର୍ଗ ସ୍ୱଳ୍ପ ସଂଚୟ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ କରିଥିଲେ ଆଜି ସେମାନଙ୍କର ମୂଳ ଧନ ମଧ୍ୟ ଉଡିଯାଇଛି ।  ଦେଶବାସୀଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ଏଭଳି ସମସ୍ୟାର ସମାଧାନ ନିମନ୍ତେ ସହଯୋଗ ଲୋଢ଼ୁଥିବା ବେଳେ ନିଜେ ବିଦେଶ ଯାଇ ରିଲ କରିବା ଏହା ତାଙ୍କ ନୀତି ଓ ନୈତିକାର ସ୍କଳନର ପରିଚୟ ଦେଉଛି । ଗରିବ ଅଧିକ ଗରିବ ହୋଇଯାଉଛି । ଧନୀ ଅଧିକ ଧନୀ ହୋଇଯାଉଛି । ଭାରତ ବର୍ଷ ଯେଉଁ ସାମ୍ୟବାଦ ରାଷ୍ଟ୍ରର ପରିକଳ୍ପନା କରିଥିଲା ତାର ଏକ ବଡ଼ ଭଟା ପଡିସାରିଛି ବୋଲି ଶ୍ରୀ ମହାନ୍ତି କହିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସର ଗଣମାଧ୍ୟମ ଅଧ୍ୟକ୍ଷ ଜୟସ୍ମିତା ମହାନ୍ତି ଉପସ୍ଥିତ ଥିଲେ ।

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed