ଟିକାବାଲି ପୋଲିସର ସଫଳତା
ଟିକାବାଲି ପୋଲିସ ପେଟ୍ରୋଲିଙ୍ଗିର ଆଉ ଏକ ସଫଳତା ,ଦେଶି ବନ୍ଧୁକ,40 କେ.ଜି ଗଞ୍ଜେଇ ସହ ଦୁଇ ଜଣ ଗିରଫ -ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅଧିକାରୀ ପ୍ରଜ୍ଞାରୀତମ୍ଭରା କର ଙ୍କ ତତ୍ବାବଧାନରେ ଏସ.ଆଇ ଅବନୀ ପ୍ରଧାନ ଓ ତାଙ୍କ ସହକର୍ମୀ ଙ୍କ ମିଳିତ ପେଟ୍ରୋଲିୟମ କରୁଥିବାବେଳେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମ ପଞ୍ଚାୟତର କୁଟ୍ରିଖୋଲ ଛକଠାରେ 40 କେ.ଜି ଗଞ୍ଜେଇ, ଗୋଟିଏ ଦେଶି ବନ୍ଧୁକ ସହ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ ଟିକାବାଲି ତହସିଲଦାର ହରିଶ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଦୁଇ ଜଣ ଅଭିଯୁକ୍ତଙ୍କୁ କେସ ନମ୍ବର 197/25 ରେ ଏକ ମାମଲା ରୁଜୁ କରି ବାଲିଗୁଡା କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଜ୍ଞାରୀତମ୍ଭରା କର।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ
