August 13, 2026
Home » ଟ୍ରାକ୍ଟର ଓଲଟି ଚାଷୀ ର ମୃତ୍ୟୁ, ଡ୍ରାଇଭର ଗୁରୁତର

ଟ୍ରାକ୍ଟର ଓଲଟି ଚାଷୀ ର ମୃତ୍ୟୁ, ଡ୍ରାଇଭର ଗୁରୁତର

0
WhatsApp Image 2026-08-12 at 5.49.56 PM

ସୁବର୍ଣ୍ଣପୁର —-ଅଧାରେ ରହିଗଲା ଚାଷ କାର୍ଯ୍ୟ, ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସୁରୁଣ୍ଡି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଚାଷ କାର୍ଯ୍ୟ ପାଇଁ ଚାଷୀ ଓ ଡ୍ରାଇଭର ଟ୍ରାକ୍ଟର ଯୋଗେ ଯାଉଥିବାବେଳେ ହଠାତ୍ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟରରେ ଥିବା ଚାଷୀ ପିତାମ୍ବର କର୍ଣ୍ଣ ଙ୍କ ଚାପି ହୋଇ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ଘଟଣା ପରେ ଉଭୟଙ୍କୁ ତୁରନ୍ତ ହରଭଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ଚାଷ କାର୍ଯ୍ୟକୁ ଯାଇଥିବା ଚାଷୀଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ସୁରୁଣ୍ଡି ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି l ହରଭଙ୍ଗା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *