August 14, 2026
Home »  ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

 ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2026-08-13 at 2.20.58 PM

 

ବରଗଡ଼:ଚଳିତ ହର ଘର ତିରଙ୍ଗା ଅଭିଯାନ–୨୦୨୬ ଅନ୍ତର୍ଗତ  ବରଗଡ଼ ସ୍ଥିତ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଶିବିରରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବରଗଡ଼ ତଥା ଏହାର ପଡ଼ୋଶୀ ଜିଲ୍ଲାର ପ୍ରାୟ ୨୦ ଜଣ ବିଶିଷ୍ଟ କଳାକାର ଯୋଗଦେଇ ହର ଘର ତିରଙ୍ଗା ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ି (Gen G)ର ଦାୟିତ୍ୱ ଉପରେ ଆଧାରିତ ଚିତ୍ର ଅଙ୍କନ କରି ଚିତ୍ରକଳା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଗୌରବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କଳାକାରମାନଙ୍କ ସୃଜନଶୀଳତା ଓ ଦେଶପ୍ରେମମୟ ମନୋଭାବକୁ ପ୍ରଶଂସା କରି ଭବିଷ୍ୟତରେ କଳା ଓ ସାମାଜିକ ସଚେତନତା ମାଧ୍ୟମରେ ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।ସୂଚନାଯୋଗ୍ୟ ଯେ, ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଆସନ୍ତା ୧୭ ଅଗଷ୍ଟ ୨୦୨୬ ତାରିଖରେ ବରଗଡ଼ର ଯଦୁମଣି ଅଡିଟୋରିୟମ୍ ଠାରେ ଆୟୋଜିତ ହେବାକୁଥିବା ତିରଙ୍ଗା କନସର୍ଟ ଓ ତିରଙ୍ଗା ଥିମ୍ ପ୍ରଦର୍ଶନୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରିବା ସହ କଳାକାର ଶିବିର ଓ ପ୍ରତିଯୋଗିତାରେ ପ୍ରସ୍ତୁତ ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯିବ।ଏହି ଅବସରରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, କଳାପ୍ରେମୀ ତଥା ଅଧିକାରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଅନୁଷ୍ଠିତ ହେବା ସହ, ଜିଲ୍ଲାରେ ହର ଘର ତିରଙ୍ଗା ଅଭିଯାନ ପ୍ରତି ଦେଶପ୍ରେମ ଓ ଜନସାମାନ୍ୟଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିଛି।

 

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *