July 27, 2026
Home » ଦକ୍ଷିଣ ଓଡ଼ିଶା ବ୍ଲକ ସଂଯୋଜକ ସାମର୍ଥ୍ୟ ବୃଦ୍ଧି ଶିବିର

ଦକ୍ଷିଣ ଓଡ଼ିଶା ବ୍ଲକ ସଂଯୋଜକ ସାମର୍ଥ୍ୟ ବୃଦ୍ଧି ଶିବିର

0
WhatsApp Image 2026-07-27 at 11.47.06 AM

ବ୍ରହ୍ମପୁର ,: ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଅଜୟ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷିଣ ଓଡ଼ିଶାର ଜୁନିୟର ରେଡ୍ କ୍ରସ୍ ବ୍ଲକ୍ ସଂଯୋଜକ ମାନଙ୍କର ତ୍ରି ଦିବସୀୟ ଦକ୍ଷତା ନିର୍ମାଣ ଶିବିର ଉଦ୍ଘାଟିତ ହୋଇଯାଇଛି ।ଏହି ଶିବିରରେ ଗଞ୍ଜାମ ସମେତ ଗଜପତି ,ରାୟଗଡ଼ା ,କୋରାପୁଟ ,ନବରଙ୍ଗ ପୁର , ମାଲ୍ କାନ୍ ଗିରି ,କଳାହାଣ୍ଡି ଜିଲ୍ଲାର ୮୪ ଟି ବ୍ଲକର ଜୁନିୟର ରେଡ୍ କ୍ରସ୍ ସଂଯୋଜକ ଯୋଗଦେଇଛନ୍ତି । ରାଜ୍ୟ ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ ଶିବିର ପାଇଁ ପୂର୍ଣ୍ଣ ସମୟ ଦେଇ ପ୍ରତ୍ୟେକ ବ୍ଲକରେ ଜୁନିୟର ରେଡକ୍ରସ୍ କାର୍ଯ୍ୟକଳାପର ମାନ ବୃଦ୍ଧି ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । ପୂର୍ବାହ୍ନରେ ଜୁନିୟର ରେଡ୍ କ୍ରସ୍ ପତାକା ଉତ୍ତୋଳନ ଓ ଶପଥ ପାଠ ପରେ ଉଦ୍ଘାଟନୀ ଅଧିବେଶନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ରେଡ୍ଡିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଭାତି କୁମାରୀ ମହାପାତ୍ର ଯୋଗଦେଇଥିଲେ । ଗଂଜାମ ଜିଲ୍ଲା ସମ୍ପାଦକ ଭାଗିରଥୀ ସ୍ୱାଇଁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ,ସାଧନ କର୍ମୀ ପୂର୍ବତନ ବି ଇ ଓ ହରେ କୃଷ୍ଣ ପଣ୍ଡା , ଏହି ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କେ ଆଲୋଚନା କରିଥିଲେ ।ରାଜ୍ୟର ବରିଷ୍ଠ ସାଧନ କର୍ମୀ ଦେବୀ ପ୍ରସାଦ ସାହୁ ହେନେରୀଙ୍କ ଇତିହାସ ତଥା ରେଡ୍ କ୍ରସର ଆରମ୍ଭ ସମ୍ପର୍କେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଜ୍ୟୋତି ପ୍ରକାଶ ନନ୍ଦ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଥିଲେ । ରେଡ୍ କ୍ରସ୍ ଭବନ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର ନାଥ ସାମଲ ମଞ୍ଚାସୀନ ଥିଲେ । ଗଂଜାମ ଜିଲ୍ଲାର ରେଡ୍ କ୍ରସ୍ ଅଧିକାରୀ ସ୍ନେହ ଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ତ୍ରିଦିବସୀୟ ଶିବିର ସଫଳ ରୂପାୟନ ପାଇଁ ବ୍ଲକ ସଂଯୋଜକ ବିନାୟକ ତ୍ରିପାଠୀ ,ବାଲ୍ୟ କୃଷ୍ଣ ପଳେଇ , ସୁଜ୍ଞାନି କୁମାରୀ ନାୟକ , ଆଶିଷ କୁମାର ପାଢ଼ୀ , ଲକ୍ଷ୍ମଣ କୁମାର ଦାଶ ,ମନୋଜ ସ୍ୱାଇଁ ,ରଶ୍ମିତା ରାଉଳ ,ଶରତ ଜାଳି ପ୍ରମୁଖ ନିଜ ଦାୟିତ୍ୱ ନିର୍ବାହ କରି ସହ ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *