August 21, 2026
Home » ଦାଦନ ଖଟିବାକୁ ଯାଇ ପୁଅର ପ୍ରାଣ ଗଲା, ବୁଢ଼ୀମା ବାହୁନି ବାହୁନି କାନ୍ଦୁଛି

ଦାଦନ ଖଟିବାକୁ ଯାଇ ପୁଅର ପ୍ରାଣ ଗଲା, ବୁଢ଼ୀମା ବାହୁନି ବାହୁନି କାନ୍ଦୁଛି

0
WhatsApp Image 2026-05-07 at 10.02.11 AM

ମୃତ୍ୟୁ ଖବର ଶୁଣିବାର ୯ଦିନ ବିତିଗଲାଣି ଶବ ଆସିନି ଏଯାଏ।

କେନ୍ଦୁଝର,:  ଘରେ ଥିଲା ପୁଅ ରାଜୁ ମୁଖୀ ଦଲାଲ ବେଙ୍ଗାଲୁରୁ କାମ କରିବାକୁ ଡାକି ନେଲା ଯେ ପୁଅକୁ ସେଠାରେ ମାରିଦେଲେ ଏଯାଏ ଶବ ଆସିନି କହି ବାହୁନି ବାହୁନି ୯ଦିନ ହେବ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସର ବୁଢ଼ୀ ମାଆ କାନ୍ଦୁଛି। ଏହି ଘଟଣା ସାହାରପଡା ଫାଣ୍ଡି ଅନ୍ତର୍ଗତ ମାଛଗଡ଼ ପଂଚାୟତ ପ୍ରଧାନ ସାହିର ସେଠାରେ ରହିଥିବା ବୃଦ୍ଧା ମୁସି ମହାରଣାର ଏହିପରି ଅବସ୍ଥା ହୋଇଛି। ସୂଚନା ମିଳିଛି କି ଗ୍ରାମର ନେପା ମହାରଣା ଓ ମୁସି ମହାରଣାଙ୍କ ପୁଅ ଭୀମସେନ ମହାରଣା(୩୮) ଘରେ ରହି ଛୋଟମୋଟ କାମ କରି ମାଆର ଦେଖାଶୁଣା କରୁଥିଲା। ହେଲେ ରାଜୁ ମୁଖୀ ତା’କୁ ଦାଦନ ଖଟିବାକୁ ସୁଦୂର ବେଙ୍ଗାଲୁର ଡାକି ନେଇଥିଲା। ଉକ୍ତ ଅଂଚଳରେ କାମଧନ୍ଦା ମିଳୁନଥିବାରୁ ଭୀମ ପେଟପଟଣା ଲାଗି ଘରେ ମାଆକୁ ଏକୁଟିଆ ଛାଡ଼ି ଗୋଡ଼ କାଢି ବାହାରିଥିଲା।

ତେବେ ନଅ ଦିନ ତଳେ ଭୀମ ଟ୍ରେନ ଦୁର୍ଘଟଣାରେ ମରିଯାଇଥିବା ଖବର ଆସିଥିଲା। ଏହାପରେ ମାଆ ମୁସି ମହାରଣା ଦୁଃଖରେ ପୁତ୍ର ଶୋକରେ ଅଥୟ ହୋଇ ବାହୁନିଛନ୍ତି। ସାହି ପଡିଶା ଲୋକେ ପୁଅ ମୁହଁ ଦେଖିବୁ ବୋଲି କହି ବୁଝାଇ ଖାଇବାକୁ ଦେଇ ତାଙ୍କୁ ବଞ୍ଚାଇ ରଖିଛନ୍ତି। କଙ୍କାଳ ଘଟଣାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଏବାବଦରେ ଶ୍ରମ କାର୍ଯ୍ୟାଳୟ କିଛି କରିପାରୁନି। ଭୀମ ବିଚରା ଗରିବ ଦାଦାନିଆ ଶ୍ରମିକ ହୋଇଥିବାରୁ ନେତା ମାନେ ଶବ ଆଣିବାକୁ ବ୍ୟବସ୍ଥା କରିନାହାନ୍ତି। ଏପଟେ ପ୍ରଧାନ ସାହିରେ ଲୋକେ ଦୁଃଖରେ ଅଛନ୍ତି ଖାଇବା ପିଇବାରେ ବ୍ୟାଘାତ ହେଉଛି କେତେବେଳେ ଶବ ଆସିଯିବ ବୋଲି। ବୁଝିବାରୁ ଜଣାଗଲା ମୁସି ମହାରଣାଙ୍କୁ ଆବାସ ଘର ମିଳିନି କେବଳ ହଜାରେ ତାଙ୍କ ଭତ୍ତା ମିଳୁଛି। ଏବେ ପୁଅ ଗଲା ପରେ କିପରି ସେ ଚଳିବ ସାହିବାଲାଙ୍କ ଚିନ୍ତା ତେଣୁ ସରକାର ସହାୟତା ଯୋଗାଇ ଦେବା ସହ ଏବେ ଭୀମର ଶବ ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ(ଇପିଏ)ଇଷ୍ଟର୍ନ ପ୍ରେସ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed