August 21, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଷୋଡ଼ଶ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଷୋଡ଼ଶ ଦିବସ

0
WhatsApp Image 2026-05-07 at 6.17.39 AM

ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୭୮*ତିନିରଥ ର ଭୋଇ ସେବକ – ୬୯ *ତିନିରଥ ର କରତୀ ସେବକ – ୪ *ତିନିରଥ ର ଓଝା କମାର ସେବକ ୧୭ *ତିନିରଥ ର ରୂପକାର ସେବକ – ୨୧*ତୁମ୍ବ ବିନ୍ଧ କାରୀଗର – ୨ *ରଥଖଳା ସହାୟକ(ପାଣି ବାଲା) – ୧ ମୋଟ – ୧୯୨ ଜଣ
ରଥ ନିର୍ମାଣର ଷୋଡ଼ଶ ତମ ଆଜିର ଦିନରେ ତିନି ରଥର ନିର୍ମାଣ କାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି (ଗତକାଲି ସୁଦ୍ଧା ତିନି ରଥର ୧୦ ଗୋଟି ଚକର ନିର୍ମାଣ ଶେଷ ହେବାସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା) ତିନିରଥର ୧୬ ଗୋଟି ଚକ ନିର୍ମାଣ ଶେଷ *ତିନିରଥ ର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।

*ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୩ ଗୋଟି ଚକ ଶେଷ ହୋଇଥିଲା, ଆଜି ଆଉ ଦୁଇଗୋଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ଵଜ ରଥ ର ୬ ନମ୍ୱର ଚକ ପାଇଁ ପଇ ବିନ୍ଧ ଶେଷ ପରେ ତୁମ୍ୱ ସାଲ ଅର ରେ ପଇ ପିନ୍ଧା ଶେଷ ହୋଇଛି, ୭ ନମ୍ୱର ଚକ ର ତୁମ୍ବରେ ସିଙ୍ଗଡା ବାଡ଼ିଆ ପରେ ମାପ ପ୍ରକାରେ ଅର କଟିଙ୍ଗ ହୋଇ ଆରମୁଖ ସାଲ ଶେଷ ହୋଇଛି। *ସେହିପରି ଦର୍ପଦଳନ ରଥର ଗତକାଲି ସୁଦ୍ଧା ୩ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପରେ ଚକ ନିର୍ମାଣ ସଂଖ୍ୟା ୫ରେ ପହଞ୍ଚିଛି। ଦର୍ପଦଳନ ରଥର ୬ ନମ୍ୱର ଚକ ଅରରେ ପଇ ପିନ୍ଧା ଶେଷ ହୋଇଛି ଏବଂ ୭ ନମ୍ୱର ଚକ ର ବଳକା ଅର କଟିଙ୍ଗ ପରେ ଅର ମୁଖ ସାଲ ଜାରୀ ରହିଛି । *ନନ୍ଦିଘୋଷ ରଥର ଗତକାଲି ସୁଦ୍ଧା ୪ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ଆଉ ଦୁଇଗୋଟି ଚକ ନିର୍ମାଣ ଶେଷ ହୋଇ ନନ୍ଦିଘୋଷ ରଥର ଆଜିସୁଦ୍ଧା ଚକ ନିର୍ମାଣ ସଂଖ୍ୟା ୬ ରେ ପହଞ୍ଚିଛି। ଏଥିସହ ୭ ନମ୍ୱର ଚକ ରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି, ୮ ନମ୍ୱର ଚକ ତୁମ୍ବ ର ସିଙ୍ଗଡା କଟା ଶେଷ ହୋଇଛି। *ତିନି ରଥର ଆଉ ଦୁଇଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ଵାରା ସିଙ୍ଗଡ଼ା ବାଡ଼ିଆ ଶେଷ ହେବାପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳି କୁ ଯୋଗାଇ ଦେଇଛନ୍ତି।*ତିନି ରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ଶେଷ ହୋଇଛି। ଏଥିସହ ଆଜିସୁଦ୍ଧା ତିନିରଥର ୪ ଗୋଟି ଲେଖାଏଁ ପ୍ରଥମ ଭୂଇଁ ମାଝୀ ଭୂଇଁ ଖମ୍ବି ନିର୍ମାଣ ଶେଷ ହୋଇଛି।*ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।କମାର ଶାଳଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ୧୦ ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ନିର୍ମାଣ ସହ ବାକି ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed