ଦିବ୍ୟାଙ୍ଗ ଶିଶୁ ଙ୍କ କାର୍ଯ୍ୟକ୍ରମ କସ୍ତୁରୀ ଉଦଯାପିତ l
ସୁବର୍ଣ୍ଣପୁର :ରେଆର ସୋନପୁର ଦ୍ଵାରା ପ୍ରତିବର୍ଷ ଆୟୋଜିତ ହେଉଥିବା ଭିନ୍ନକ୍ଷମ ଶିଶୁ ମାନଙ୍କ ସୃଜନଶୀଳତା ର ମହାପର୍ବ “କସ୍ତୁରୀ” ଆଜି ଧୋବାମୁଣ୍ଡା ସ୍ଥିତ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଉଦଯାପିତ ହୋଇ ଯାଇଛି । ପୂର୍ବାହ୍ନ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଯୋଗଦେଇ କସ୍ତୁରୀ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଘାସିରାମ ପଣ୍ଡା, ରେଆର ସଭାପତି ଅଶ୍ୱିନୀ ହୋତା, ସହପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥୀ, ଉପ ସଭାପତି ପଦ୍ମିନୀ ବକ୍ସ଼ୀ ଯୋଗଦେଇ କସ୍ତୁରୀ ର ଶୁଭେଚ୍ଛା ଜଣାଇଥିଲେ। ସଭ୍ୟା ହରିପ୍ରିୟା ପାଣିଗ୍ରାହୀ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବାବେଳେ ମନୋଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
