ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ରେ ବିଜେପିର “ତ୍ରିରଙ୍ଗା ଶୋଭାଯାତ୍ରା” ଓ “ବିଭାଜନ ବିଭୀଷିକା ସ୍ମୃତି ଦିବସ”
ନୟାଗଡ଼ ( ଇପିଏ ) ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ( ରାଣୀ ମାଆ ) ଙ୍କ ନେତୃତ୍ୱରେ ଅଗଷ୍ଟ ୧୪ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ବିଶାଳ, ଦିବ୍ୟ ଓ ଭବ୍ୟ ଶୋଭାଯାତ୍ରା ନୟାଗଡ ସହରକୁ ପ୍ରକମ୍ପିତ କରିଥିବାବେଳେ, ବିଭାଜନ ବିଭୀଷିକା ସ୍ମୃତି ଦିବସ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାର ବାର୍ତ୍ତା କର୍ମୀ ମାନଙ୍କୁ ନୟାଗଡସୀଙ୍କୁ ଉଦବୁଦ୍ଧ କରିଛି ।
ସ୍ଥାନୀୟ ପୂର୍ତ୍ତ ବଙ୍ଗଳାଠାରୁ ପୁରୁଣା ରାଜବାଟୀ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ନୟାଗଡ଼ ସହର ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା।
ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପ୍ରାୟ ୨,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଂଶଗ୍ରହଣ। ମହିଳାମାନେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନୟାଗଡ଼ ସହରର ମୁଖ୍ୟରାସ୍ତା ଜଗନ୍ନାଥ ମନ୍ଦିର ଦେଇ ପୁରୁଣା ରାଜବାଟି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।


ଏହି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରାରେ ପ୍ରାୟ ୨,୫୦୦ରୁ ଊର୍ଦ୍ଧ୍ୱ ଭାଜପା କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମୋଟର ସାଇକେଲରେ ତ୍ରିରଙ୍ଗା ପତାକା ଲଗାଇ ସାମିଲ ହୋଇ ସହର ପରିକ୍ରମା କରି ପୁରୁଣା ରାଜବାଟୀଠାରେ ପହଞ୍ଚିଥିଲେ। “ଭାରତ ମାତା କୀ ଜୟ”, “ବନ୍ଦେ ମାତରମ୍”,ହର ଘର ତ୍ରିରଙ୍ଗା ସମେତ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନରେ ସମଗ୍ର ସହରର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ଏହି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରାରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲା ଭାଜପା ପ୍ରଭାରୀ ଶ୍ରୀ ସୁରଥ ବିଶ୍ୱାଳ, ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ସ୍ୱାଇଁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ସହ-ପ୍ରଭାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ସଂଗଠକ ଓ ବହୁ ସଂଖ୍ୟକ ଭାଜପା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସାରଳା ସାମନ୍ତରାୟ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ରିଙ୍କିନା ଗୌଡ଼ ଏବଂ ଜିଲ୍ଲା ଉପ-ସଭାପତି ଶ୍ରୀ ମାଧବ ବେହେରାଙ୍କ ସମେତ ବହୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଶୋଭାଯାତ୍ରାର ସୁଚାରୁ ପରିଚାଳନାରେ ବରିଷ୍ଠ ନେତା ଶ୍ରୀ ନାସିର ଅହମ୍ମଦ (ନସ), ଶ୍ରୀ ରଂଜନ ରଶ୍ମି ଜେନା, ଶ୍ରୀମତୀ ପ୍ରମିଳା ମଲ୍ଲିକ, କବିରାଜ ସାହୁ, ଦିଲ୍ଲୀପ ପ୍ରଧାନ, ଦିଲୀପ ହାତୀ, କେଶବ ପାଲ,ପ୍ରଭାକର ବେହେରା, ରାଜ ପ୍ରଧାନ, ପ୍ରଦୀପ ଆଚାର୍ଯ୍ୟ, ତାପସ ପାଢ଼ୀ, ରମେଶ ପ୍ରଧାନ, ମିଟୁ ଭାଇ, ମାଧବ ସାହୁ, ରାଜ ପୃଷ୍ଟି, ଦେବୀ ପ୍ରସାଦ ସାହୁଙ୍କ ସମେତ ବହୁ ଭାଜପା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସକ୍ରିୟ ଭୂମିକା ନେଇଥିଲେ ।
ପରିଶେଷରେ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ରାଣୀ ମାଆଙ୍କ ଅଧ୍ୟକ୍ଷତାରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ”, ଶୋଭାଯାତ୍ରାରେ ଆସିଥିବା ଅତିଥି ଓ କର୍ମକର୍ତ୍ତା ଏବଂ କର୍ମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।ଏଥିରେ ଦେଶ ବିଭାଜନ ସମୟରେ ଅସୀମ ଯନ୍ତ୍ରଣା, ବିସ୍ଥାପନ ଓ ଜୀବନ ହରାଇଥିବା ଅସଂଖ୍ୟ ନିରୀହ ଲୋକଙ୍କ ସ୍ମୃତିଚାରଣ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଆବଶ୍ୟକ । ଏହି ବାର୍ତ୍ତାରେ କର୍ମୀମାନେ ଉଦବୁଦ୍ଧ ହୋଇଥିଲେ । ଗାଁକୁ ଯାଇ ଘରେ ଘରେ ସମସ୍ତଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବାକୁ ଉପସ୍ଥିତ ହଜାର ହଜାର କର୍ମୀମାନଙ୍କୁ କୁହାଯାଇଥିଲା । ତ୍ରିରଙ୍ଗା ଶୋଭାଯାତ୍ରା ଓ ବିଭାଜନ ବିଭାବିଭୀଷିକା ସ୍ମୃତି ଦିବସ ପାଳନ ସଫଳ ହୋଇଥିବାରୁ ହଜାର ହଜାର କର୍ମୀ, ପଦାଧିକାରୀ, କାର୍ଯ୍ୟକର୍ତ୍ତା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଓ ପ୍ରଭାରୀ ସୁରଥ ବିଶ୍ବାଳ ପ୍ରମୁଖଙ୍କୁ ରାଣୀ ମାଆ ଧନ୍ୟବାଦ ଜଣାଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
