August 16, 2026
Home » ନୟାଗଡ ପୋଲିସ ତାଲିମ ପଡିଆ ଠାରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ।

ନୟାଗଡ ପୋଲିସ ତାଲିମ ପଡିଆ ଠାରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ।

0
1001231668
ନୟାଗଡ଼  ( ଇପିଏ ) ନୟାଗଡ଼ ପୋଲିସ ତାଲିମ ପଡିଆରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ହଜାର ହଜାର ଦେଶ ପ୍ରେମୀମାନଙ୍କୁ ନେଇ ମହା ସମାରୋହରେ ପାଳିତ ହୋଇଯାଇଛି।ସକାଳ ୯ଟାରେ ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ମୁଖ୍ୟ ଅତିଥି ଜିଲ୍ଲାପାଳ ଏକ ଫୁଲ ସୁସଜିତ ଗାଡ଼ିରେ ସମ୍ମିଳିତ ପ୍ୟାରେଡ ପରିଦର୍ଶନ କରି ସାରିବା ପରେ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଥମେ “ବନ୍ଦେ ମାତରମ୍” ଗାନ ବେଣ୍ଡବାଜା ମାଧ୍ୟମରେ ବାଜାଜାଇଥିଲା । ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ କରକମଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଜନଗଣ ମନଅଧି ବେଣ୍ଡ ବାଜା ମାଧ୍ୟମରେ ଗାନ କରାଯାଇଥିଲା । ଜାତୀୟ ପତାକା ଉତ୍ତୋଳନ ସମୟରେ ସମ୍ମନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ରଥ ଦେଶ, ରାଜ୍ୟ ତଥା ନୟାଗଡ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଆମଦେଶ ଭାରତର ସ୍ଵାଧୀନତା ପାଇବାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵ ଓ ଅହିଂସା ମନ୍ତ୍ରର ଅମୋଘ ଅସ୍ତ୍ର ମାଧ୍ୟମରେ, ବୀର ସହିଦଙ୍କ ବଳିଦାନ ଓ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଆପ୍ରାଣ ଉଦ୍ୟମରେ ଆମ ଦେଶକୁ ଇଂରେଜ ମାନଙ୍କ କବଳରୁ ଉଦ୍ଧାର କରି ଅଗଷ୍ଟ ୧୫ ତାରିଖ ୧୯୪୭ ମସିହାରେ ସ୍ଵାଧୀନତା ଆଣିଥିବା ମନ୍ତବ୍ୟ ରଖିଥିଲେ ।ଆମ୍ବେଦକର, ସୁବାସ ବୋଷ,ଲାଲ, ବାଲ, ପାଲ, ଗୋପବନ୍ଧୁ ଦାସ, ରଘୁ ଦିବାକର, କଷ୍ଟି ଡାକୁଆ, ବାଜି ରାଉତ, ପ୍ରମୁଖଙ୍କ ସ୍ଵାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚିର ନମସ୍ୟ ହୋଇ ରହିଯାଇଛନ୍ତି ।

 

ମୁଖ୍ୟ ଅତିଥି ସ୍ଵାଧୀନତା ସଂଗ୍ରାମୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଦିବସ ପାଳନରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ, ସରକାରୀ ବେସରକାରୀ ଅଧିକାରୀ ଓ ବହୁ ଛାତ୍ର/ଛାତ୍ରୀ, ଅଭିଭାବକ ଦେଶ ଭକତ ଜନସାଧାରଣ ଯୋଗଦେଇଥିଲେ।ସମ୍ମିଳିତ ପ୍ୟାରେଡରେ ପୋଲିସ ଟ୍ରେନିଙ୍ଗ ସ୍କୁଲ, ହୋମଗାର୍ଡ, ଏନସିସି,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାୟ ୫୪ଟି ଦଳ ଅଂଶଗ୍ରହଣ କରିଥିଲେ। ସ୍କୁଲ ଛାତ୍ର ଛାତ୍ରୀ ମାନେ ମନୋରମ ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଜିଲ୍ଲାର ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀ ଓ ପ୍ୟାରେଡ଼ରେ କୃତିତ୍ୱ ହାସଲ କରିଥିବା ଦଳଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଜିଲ୍ଲା କାରାଗାର ଅନ୍ତେବାସୀ ମାନଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ, ନୟାଗଡ଼ ରୋଟାରି କ୍ଲବ ଓ ବ୍ଲଡ଼ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରରେ ଯୋଗ ଦେବାପରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ରଥ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୋଟ ୪ ଘଟିକାରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରଘୁପତିରାଘବ ରାଜାରାମ ସଙ୍ଗୀତ ନୟାଗଡ ସହର ସାରା ଗୁଞ୍ଜରିତ ହୋଇଥିଲା । ନୟାଗଡ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥଙ୍କ କର କମଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ ।

Leave a Reply

Your email address will not be published. Required fields are marked *