October 5, 2026
Home » ଧର୍ମଗଡ଼ ଠାରେ ପଣ୍ଡରା ମାଳି ସେବା ସଂଘ ନୂଆଁଖାଇ ଭେଟଘାଟ।

ଧର୍ମଗଡ଼ ଠାରେ ପଣ୍ଡରା ମାଳି ସେବା ସଂଘ ନୂଆଁଖାଇ ଭେଟଘାଟ।

0
WhatsApp Image 2026-10-05 at 11.38.05 AM

ସମାଜ ସେବା କାର୍ଯ୍ୟରେ ସମସ୍ତେ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ …

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ପଣ୍ଡରା ମାଳି ସେବା ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରୁ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଆୟୋଜିତ ହୋଇଥିଲା। ନୂଆ ଖାଇ ଭେଟଘାଟ ଉପଲକ୍ଷେ ସେବା ସଂଘ ପକ୍ଷରୁ ଆୟୋଜିତ ଏକ ରକ୍ତଦାନ ଶିବିର କୁ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥଲା ।ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଣ୍ଡରା ମାଳି ସେବା ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ଉମାକାନ୍ତ ମାଝୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପଣ୍ଡରା ମାଳି ସେବା ସଂଘ କଳାହାଣ୍ଡି ଜିଲ୍ଲା କୁଳପତି ବିଦ୍ୟାଧର ନାଏକ ଯୋଗ ଦେଇ ପଣ୍ଡରା ମାଳି ସମାଜର ଏକତା ବଜାୟ ରଖିବା ସହ ସମାଜ ସେବା କାର୍ଯ୍ୟରେ ସମସ୍ତେ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଉଦିତ ନାଏକ, ସଂପାଦକ ବିରଞ୍ଚି ନାରାୟଣ ବଣିଆ, ସହ ସଂପାଦକ କନ୍ଦର୍ପ ନାଏକ ସଂଯୋଜକ ସୁମେଶ ଵୋଡକିଆ, କୋଷାଧ୍ୟକ୍ଷ ମନୋଜ କୁମାର ନାଏକ, ଉପଦେଷ୍ଟା କମିଟିର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ପ୍ରେମଲାଲ ନାଏକ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲା ର କୋକସରା ବ୍ଲକ ସଭାପତି ଭଜମନ ନାଏକ, ଧର୍ମଗଡ଼ ବ୍ଳକ ସଭାପତି ଦୁର୍ଯ୍ୟୋଧନ ନାଏକ, ଗୋଲାମୁଣ୍ଡା ବ୍ଳକ ସଭାପତି ତୁଲେଶ୍ଵର ନାଏକ, ଜୁନାଗଡ଼ ବ୍ଳକ ସଭାପତି ମଧୁସୂଦନ ନାଏକ, କଲମପୁର ବ୍ଳକ ସଭାପତି କ୍ଷିରୋଦ ମାଝୀ, ଲାଞ୍ଜିଗଡ଼ ବ୍ଳକ ସଭାପତି ଭୁପେନ୍ଦ୍ର ମାଳି, କେସିଙ୍ଗା ବ୍ଳକ ସଭାପତି ଶଶାଙ୍କ ସା ସମେତ ପଡୋଶୀ ଜିଲ୍ଳା ନୂଆପଡ଼ା, ନବରଙ୍ଗପୁର ପଡ଼ୋଶୀ ରାଜ୍ଯ ଛତିଶଗଡ଼ ର ୩୬ ବର୍ଗ ସମାଜର କର୍ମକର୍ତା ଉକ୍ତ ନୁଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥଲେ।ରକ୍ତ ଦାନ ଶିବିର ରେ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ମୁଖ୍ୟଅତିଥି ଦ୍ଵାରା ସମ୍ମାନିତ କରାଯାଇଥିଲା। ସମାଜର ନିୟମାବଳୀ ମସିହା ୨୦୨୫/୨୬ କୁ ସାମାଜିକ ସ୍ତରରେ ପାଳନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟଅତିଥି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଧର୍ମଗଡ଼ ନଗର ସଭାପତି ଗିରି ପ୍ରସାଦ ନାଏକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସୁଶାନ୍ତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *