August 21, 2026
Home » ବୌଦ୍ଧ ପୋଲିସ୍ ର ବଡ଼ ସଫଳତା

ବୌଦ୍ଧ ପୋଲିସ୍ ର ବଡ଼ ସଫଳତା

0
WhatsApp Image 2026-05-06 at 5.21.48 PM

ବ୍ରାଉନ ସୁଗାର କାରବାର ରେ ଜଡିତ ୪ ଜଣ ଗିରଫ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ l

ସୁବର୍ଣ୍ଣପୁର: ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ବୌଦ୍ଧ ପୁଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନରେ ବଡ଼ ସଫଳତା ମିଳିଛି। ମଡେଲ ଥାନା ପୁଲିସ ଏକ ବ୍ରାଉନ ସୁଗାର ରାକେଟ୍ କୁ ଧରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ୍ ଏହି ସୂଚନା ପ୍ରଦାନ କରିଛନ୍ତି l ବିଶ୍ୱାସନୀୟ ସୂଚନା ଆଧାରରେ ବୁଧବାର ଭୋର ସମୟରେ ଜଗଦୀଶପୁର ଛକରୁ ବୌଦ୍ଧ ସହରକୁ ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣୁଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ବୌଦ୍ଧ ଆଇଆଇସିଙ୍କ ନିର୍ଦ୍ଦେଶରେ ଏସ ଆଇ ବି.ଏମ୍. ଲୋଇଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନରେ ଚାରିଜଣଙ୍କୁ କାବୁ କରାଯାଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ପ୍ରୀତମ ଦେହୁରୀ ଓରଫ ଭାଲୁ ,ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଭୋଇ ଓ ସତ୍ୟବ୍ରତ ସିଂହ। ପୋଲିସ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ, ନଗଦ ୧୫୦୦ ଟଙ୍କା, ଫୋଲ୍ଡିଂ ଛୁରୀ, ମାଟି ଚିଲମ ଓ ବ୍ୟବହୃତ କାଗଜ ପୁଡିଆ ଜବତ କରିଛି।ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରୀତମ ଦେହୁରୀ ବାଲେଶ୍ୱର ଅଞ୍ଚଳରୁ ମାଦକ ଦ୍ରବ୍ୟ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲା। ଏହି ଘଟଣାରେ ମଡେଲ ଥାନା କେସ୍ ନଂ-୨୧୨, ତାରିଖ ୦୬.୦୫.୨୦୨୬ ଅନୁଯାୟୀ ଏନଡିପିଏସ୍ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି।ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ବୌଦ୍ଧ ପୁଲିସ ଜିଲ୍ଲାରେ ମାଦକ ଦ୍ରବ୍ୟ କାରବାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଥିବା ବେଳେ ଏହି ରାକେଟ୍ ର ମୂଳ ସୂତ୍ରଧରଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ତଦନ୍ତ ଜାରି ରହିଛି। ଜିଲ୍ଲାରେ ଏହି ଧଳା ଜହର କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ l ଏହାଦ୍ୱାରା ଯୁବାବର୍ଗ ବିଶେଷ ଭାବରେ ପ୍ରଭାବିତ ହେବା ସହିତ ସେମାନଙ୍କ ଭବିଷ୍ୟତ ଓ ପରିବାର ନଷ୍ଟ ହୋଇଯାଉଛି l ଏହାସହିତ ଜିଲ୍ଲାରେ ବେଆଇନ ମାଦକ ଦ୍ରବ୍ୟର ଚୋରା କାରବାର ଓ ଚାଲାଣକୁ ଦୃଢ଼ ହସ୍ତରେ ଦମନ କରାଯିବ l ସାମ୍ବାଦିକ ମାନଙ୍କ ସମ୍ମୁଖରେ ଚାରି ଅଭିଯୁକ୍ତଙ୍କୁ ପେଶ୍ କରାଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହିତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁରରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed