January 1, 2026
Home » ନବବର୍ଷ ଉପଲକ୍ଷେ ଆଧ୍ୟାତ୍ମିକ ଆଲୋଚନା ଚକ୍ର

ନବବର୍ଷ ଉପଲକ୍ଷେ ଆଧ୍ୟାତ୍ମିକ ଆଲୋଚନା ଚକ୍ର

0
WhatsApp Image 2025-12-31 at 8.15.40 PM

ଭୁବନେଶ୍ବର :- ଗତାୟୁ ବର୍ଷକୁ ବିଦାୟ ତଥା ନବବର୍ଷକୁ ସ୍ଵାଗତ କରିବା ଅବସରରେ ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପରିସରରେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଶାଖା ସଂଚାଳିକା ବ୍ରହ୍ମା କୁମାରୀ ଅର୍ପିତା ପ୍ରାରମ୍ଭିକ ଭାଷଣ ସହିତ ନବବର୍ଷକୁ ସ୍ଵାଗତ କରିଥିଲେ l ବ୍ରହ୍ମା କୁମାରୀ ରୁବୀ ସଭା ପରିଚାଳନା କରିବା ସହିତ ନୃତ୍ୟ ସଙ୍ଗୀତର ଆୟୋଜନ କରିଥିଲେ l କୁନି ନୃତ୍ୟଶିଳ୍ପୀ ଆର୍ଯ୍ୟା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ଭଉଣୀ ଗୀତା ସଂସ୍କାରିତ ସମାଜ ଗଠନରେ ସତ୍କର୍ମ, ଆଧ୍ୟାତ୍ମିକ ବିଶ୍ୱାସ, ସଦ୍ଭାବନା,ଆତ୍ମ ସମୀକ୍ଷାର ଆବଶ୍ୟକତା ଉପରେ ବିଷଦ ଆଲୋଚନା କରିଥିଲେ l

ବ୍ରହ୍ମା କୁମାର ଡାକ୍ତର ଦେବ କୁମାର ପ୍ରଜାପିତା ବ୍ରହ୍ମା ବାବାଙ୍କ ଅଲୌକିକତା ଓ ଆଧ୍ୟାତ୍ମିକ ଅବଦାନ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିର୍ମଳ ଚନ୍ଦ୍ର ସାମଲ , ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍ , ଅଧ୍ୟାପକ ମହେନ୍ଦ୍ର କୁମାର ଜେନା, ଭାବାନୀ ପ୍ରସାଦ ପଟ୍ଟନାୟକ,ବି.କେ. କୁମାରୀ ମାତା, ସୁଷମା, ଅନୁସୂୟା, ସରୋଜ, ଆଦି ନାରାୟଣ, କୃଷ୍ଣ ପ୍ରସାଦ, ପଞ୍ଚାନନ ପ୍ରମୂଖ ବହୁ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀ ଯୋଗ ଦେଇଥିଲେ l ଶେଷରେ ବି.କେ. ସିନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *