February 10, 2026
Home » ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ନିଆରା ଢଙ୍ଗରେ ଜନ୍ମଦିନ ପାଳନ

0
bra-birthday

ନିଜ ଜନ୍ମ ଦିନକୁ ଅତି ନିରାଡମ୍ବର ଭାବରେ ଏକ ଭିନ୍ନ ଚିନ୍ତାଧାରାର ସହ ପାଳନ କରିଛନ୍ତି ସମାଜସେବୀ ଶୁଭ୍ରା ପ୍ରଧାନ। ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳବାସୀ ସ୍ବର୍ଗତ ନିରଞ୍ଜନ ପ୍ରଧାନଙ୍କ କନିଷ୍ଠ ସୂପୁତ୍ରି ଶୁଭ୍ରା ଶୁକ୍ରବାର ଅପରାହ୍ନରେ ଆମ୍ବପୂଆ ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମରେ ଆଶ୍ରମ ପିଲାଙ୍କ ପାଠ ପଢାରେ ସହଯୋଗ କରିବା ଉଦ୍ଦେଶ୍ୟରେ ପିଲାଙ୍କୁ ପାଠ ପଢ଼ା ସାମଗ୍ରୀ ଓ ପରିଧାନ ବସ୍ତ୍ର ପ୍ରଦାନ କରିଥିଲେ।


ଏହାସହ ତାଙ୍କ ସହଯୋଗୀ ମାନଙ୍କ ସହ ମିଶି ଆଶ୍ରମ ପରିସରରେ ପରିବା ଓ ଫଳ ଜାତିର ଗଛ ଲଗାଇବା ସହ ମାସକ ପାଇଁ ରାସନ୍ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତା ଦଳାଇ, ରଜନୀ କାନ୍ତ ପ୍ରଧାନ, ଗୀତାଞ୍ଜଳି ପାଢ଼ୀ, ୟୋଗା ଗୁରୁମା ମୀରା ରାଓ, ସନ୍ତୋଷ ସାହୁ, ବାବୁ ମଣ୍ଡଳ, ଶାନ୍ତନୁ ଶତପଥି, ରିତା ମହାରଣା, ଗୋପାଳ କୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିବା ସହ ଯୁବ ସମାଜସେବୀଙ୍କ ଜନ୍ମ ଦିନର ଶୁଭକାମନା ଓ ଅଭିନନ୍ଦନ ଜଣାଇ ଆର୍ଶୀବାଦ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପିଲାଙ୍କୁ ଉକ୍ତ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଥିବା ସେ କହିଛନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *