June 24, 2026
Home » ନିୟମିତ ଯୋଗ କରନ୍ତୁ,ସୁସ୍ଥ ରୁହନ୍ତୁ

ନିୟମିତ ଯୋଗ କରନ୍ତୁ,ସୁସ୍ଥ ରୁହନ୍ତୁ

0
WhatsApp Image 2026-06-23 at 10.31.48 AM (2)

ଫୁଲବାଣୀ ରେ ଭବ୍ୟ ଭାବେ ଫୁଲବାଣୀ ଇ ପି ଏ – ୨୧ ଜୁନ _ ରବିବାର ସକାଳର କୋମଳ ସୂର୍ଯ୍ୟକିରଣ ମଧ୍ୟରେ ଫୁଲବାଣୀର ଗୋପବନ୍ଧୁ ଛକ ପାଲଟିଥିଲା ଏକ ବିଶାଳ ଯୋଗ ପ୍ରାଙ୍ଗଣରେ। ଏକାସାଙ୍ଗରେ ହଜାରରୁ ଅଧିକ ଲୋକଙ୍କ ଯୋଗାଭ୍ୟାସ, ପ୍ରାଣାୟାମ ଓ ସୁସ୍ଥ ଜୀବନର ସଂକଳ୍ପ ମଧ୍ୟରେ ଭବ୍ୟ ଭାବେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ। ଜିଲ୍ଲା ପ୍ରଶାସନ, କ୍ରିଡ଼ା ଓ ଯୁବସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୧୨୦୦ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ, ଅଧିକାରୀ,ଯୋଗପ୍ରେମି ଏବଂ ସହରବାସୀଙ୍କ ଉପସ୍ଥିତି ଯୋଗୁ ଦିବସକୁ ଗଣ ଆନ୍ଦୋଳନର ରୂପ ଦେଇଥିଲା। ଚଳିତ ବର୍ଷ ର ଥିମ୍ “ସ୍ବାସ୍ଥ୍ୟକର ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” କୁ ଆଧାର କରି ଯୋଗ ଗୁରୁ ପ୍ରଶାନ୍ତ ଦାସଙ୍କ ନେତୃତ୍ୱରେ ତାଡାସନ,ବର୍ଜାସନ,ଭୁଜଙ୍ଗାସନ,ମକରାସନ ଏବଂ ପବନମୁକ୍ତାସନ ସମେତ ବିଭିନ୍ନ ଯୋଗାସନ ଓଃ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ଏକକାଳୀନ ଭାବେ ଶତାଧିକ ଲୋକଙ୍କ ଯୋଗାଭ୍ୟାସ ଦୃଶ୍ୟ ସମଗ୍ର ପରିବେଶକୁ ଉତ୍ସାହିତ କରିଥିଲା।

କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗକୁ ଭାରତର ଅମୂଲ୍ୟ ଐତିହ୍ୟ ବୋଲି ବର୍ଣ୍ଣନା କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ନିଜ ବକ୍ତବ୍ୟରେ ନିୟମିତ ଯୋଗାଭ୍ୟାସ ଦ୍ବାରା ଶରୀର ଓ ମନକୁ ସୁସ୍ଥ ରଖିବା ସମ୍ଭବ ବୋଲି କହିଥିବାବେଳେ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ଯୋଗ ମାନସିକ ଦୃଢ଼ତା ଓ ସକାରାତ୍ମକ ଜୀବନଶୈଳୀ ଗଠନରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ,ଉପ- ଜିଲ୍ଲାପାଳ ଭିକାରୀ ସାହୁ,DUDA ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ। ଅତିଥିମାନେ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ଦେଇ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ଜିଣିନେଇଥିଲା। ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ଵ ଶାନ୍ତି ଓ ମାନବ କଲ୍ୟାଣ କାମନା କରିଥିଲେ।ଯୋଗ, ସ୍ବାସ୍ଥ୍ୟ ଓ ସଚେତନତାର ଏହି ମହାମିଳନ ଫୁଲବାଣୀ ସହରବାସୀଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡି ଯାଇଛି।

ଇ ପି ଏ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *