August 7, 2026
Home » ନୋତର ଗ୍ରାମ ପଞ୍ଚାୟତରେ ବ୍ୟାପକ ମିଶ୍ରଣ ପର୍ବ, ୪୦୦ରୁ ଅଧିକ ବିଜେଡି କର୍ମୀ ବିଜେପିରେ ସାମିଲ

ନୋତର ଗ୍ରାମ ପଞ୍ଚାୟତରେ ବ୍ୟାପକ ମିଶ୍ରଣ ପର୍ବ, ୪୦୦ରୁ ଅଧିକ ବିଜେଡି କର୍ମୀ ବିଜେପିରେ ସାମିଲ

0
1001215126
ନୟାଗଡ଼ ( ଇପିଏ ) ନୟାଗଡ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ଆଜି ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ।ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବର୍ତ୍ତମାନର ସମିତି ସଭ୍ୟା ଶ୍ରୀମତୀ ଗୋଲାପ ଦଳବେହେରା, ପୂର୍ବତନ ସମିତି ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଅଧିକ ବିଜେଡି କର୍ମୀ ଓ ୧୦ରୁ ଅଧିକ ବର୍ତ୍ତମାନର ୱାର୍ଡ ସଦସ୍ୟ ବିଜେଡି ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।
                  ଏହି ଅବସରରେ ନୟାଗଡ଼ ପଞ୍ଚାୟତ ସମିତିର ବର୍ତ୍ତମାନର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଜେପିର ବରିଷ୍ଠ ସଂଗଠକ ନାସିର ଅହମ୍ମଦ(ନସ ), ନୋତର ଗ୍ରା.ପ. ର ପୂର୍ବତନ ସରପଞ୍ଚ ବାପି ପକେଇ, ପୂର୍ବତ୍ତନ ସରପଞ୍ଚ ତଥା ମଣ୍ଡଳ ପ୍ରତିନିଧି ରାଜ କିଶୋର ପ୍ରଧାନ ଓ ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ବହୁ ସଂଖ୍ୟକ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ନବାଗତ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।
          ଏଥି ସହିତ ଇଟାମାଟି ଗ୍ରା.ପର ୧୫ଟି ସ୍ୱୟଂ ସହାୟକ ଗୋଷ୍ଟୀ, ଭୁତଡିହିର ଜଗବନ୍ଧୁ ପ୍ରଧାନ ଏବଂ ଆଉ 5 ଜଣ ବିଜେଡି କର୍ମୀ, ପଞ୍ଚିରଡ଼ା -ଆରେଡାର ଜନାର୍ଦନ ରାଉତରାୟ, ଲାଠିପଡ଼ାର ରବୀନ୍ଦ୍ର ପ୍ରଧାନ ସମେତ ବିଜେଡି ଦଳ ଛାଡ଼ି ବିଜେପି ରେ ଯୋଗଦେଇ ଥିଲେ l ଏହି ମିଶ୍ରଣ ପର୍ବ ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *