July 11, 2026
Home » ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

0
1001166292
ନୟାଗଡ଼ : ( ଇପିଏ ) ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ୬୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ କଲେଜର ପ୍ରାଣ ପ୍ରତିଷ୍ଠାତା ଭ୍ରମରବର ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା । କଲେଜର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ, ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରି ସାରା ରାଜ୍ୟରେ ଉଚ୍ଚ ପ୍ରଶଂସିତ ହେବା କଲେଜ ପାଇଁ ଗର୍ବ ଓ ଗୌରବର କଥା ବୋଲି କହିବା ସହିତ ଏଥିପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଭୂମିକା ସର୍ବାଗ୍ରେ ଗୁରୁତ୍ବ ବହନ କରେ ଓ କଲେଜର ଉନ୍ନତି ପାଇଁ ଯୁଗୋପଯୋଗୀ ସହ ସମସ୍ତଙ୍କର ସହଯୋଗ ରହିଲେ କଲେଜ ସବୁ କ୍ଷେତ୍ରରେ ଆଗେଇ ପାରିବ ବୋଲି କହିଥିଲେ।
ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ବିଜ୍ଞାନରେ ଶ୍ରେଷ୍ଠ ସ୍ନାତକ ଚିନ୍ମୟୀ ମିଶ୍ର,କଳାରେ ରୁଦ୍ର ପ୍ରସାଦ ନାୟକ, ବାଣିଜ୍ୟରେ ବିଶ୍ବଜିତ ରାଉତ,ରାଜ୍ୟରେ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ରଖିଥିବା ରିତ୍ୟୁଶା ମିଶ୍ର ଏବଂ ୨୦୨୬-୨୭ରେ ପିଏଚଡି ପାଇଥିବା ଅଧ୍ୟାପିକା ପୂଜାର୍ଚ୍ଚନା,ତନୁଶ୍ରୀ ମହାରଣା ଓ ଅଧ୍ୟାପକ ଯଜ୍ଞଦତ୍ତ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନେଇ ନାଟ୍ୟ ନିର୍ଦ୍ଦେଶକ ଅଧ୍ୟାପକ ଡ଼ଃ ଆଶୁତୋଷ ମିଶ୍ରଙ୍କ ନିର୍ଦ୍ଦେଶନାରେ ତଥା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକ ‘ମୋ ସିଲଟ ଶୁଖିଯା’ ମଞ୍ଚସ୍ଥ ହୋଇଥିଲା।
ନାଟକରେ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଓ ଅଧ୍ୟାପିକା ଓ ସହକର୍ମୀମାନଙ୍କ ନିଖୂଣ ଅଭିନୟ ବେଶ୍ ଉପଭୋଗ୍ୟ ହୋଇଥିଲା ବେଳେ ନାଟକଟି ଦର୍ଶକୀୟ ଆଦୃତି ଲାଭ କରିଥିଲା। ନାଟକରେ ଅଭିନୟରେ ଅଂଶ ଗ୍ରହଣ କରିଥିଲେ ଗଣେଶ,ସ୍ମିତା, ବିନ୍ଦୁ, ବନ୍ଦନା, ସତ୍ୟବ୍ରତ, ମନୋରଞ୍ଜନ,ବୁଲୁ ।କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶ୍ରଦ୍ଧାଂଜଳି ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଅମ୍ରିତା କର ଧନ୍ୟବାଦ ଅର୍ପଣ କରିଥିଲେ। ପରିବେଶ ସୁରକ୍ଷା ପାଇଁ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *