ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ କଲେ ବଲିଉଡ ସୁପର ଷ୍ଟାର ଗୋବିନ୍ଦା
ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ କଲେ ବଲିଉଡ ସୁପର ଷ୍ଟାର ଗୋବିନ୍ଦା ।ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦର୍ଶନ ପାଇ ବେଶ ଭାବ ବିହ୍ୱଳ ହୋଇଛନ୍ତି ଗୋବିନ୍ଦା ।ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ସ୍ଵାଗତ କରାଯାଇଥିଲା ।ଜୟ ଜଗନ୍ନାଥ କହି ଭାବବିହ୍ବଳ ହେବାସହ ମହାପ୍ରଭୁଙ୍କୁ ସଦାସର୍ବଦା ମାନି ଆସିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି। ମହାପ୍ରଭୁଙ୍କ ପାଖରେ ଥିବା ବିଶ୍ୱାସ ମତେ ବାରମ୍ବାର ଟାଣି ଆଣୁଛି ବୋଲି ସେ କହିଛନ୍ତି।ବିଜୟା ଦଶମୀ ତିଥିରେ ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ଥିଲେ ମିଳେ ବୋଲି କହିବା ସହ ସେ ସୁନାବେଶ ର ଦିବ୍ୟ ଦର୍ଶନ ତାଙ୍କ ପାଇଁ ପ୍ରଥମ ବୋଲି ସେ କହିଥିଲେ ।ତେବେ ଆଗାମୀ ଦିନରେ ପୁଣି ମହାପ୍ରଭୁଙ୍କ ଡୋରି ଲାଗିଲେ ପୁରୀ ଆସିବି।ମହାପ୍ରଭୁଙ୍କୁ ପାଖରେ ସଦାସର୍ବଦା ବିଶ୍ୱାସ କରିବା ସହ ମାନି ଆସୁଥିବି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।ପ୍ରାୟ ଅଧା ଘଣ୍ଟାର ଦର୍ଶନ ମଧ୍ୟରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ,ପାର୍ଶ୍ଵ ଦେବାଦେବୀ ,ମା ଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ ସାନିଧ୍ୟ ମତେ ନେଇଥିଲେ ।
