ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଧୂମଧାମରେ ପାଳିତ
ଭୁବନେଶ୍ୱର, ଭୀମଟାଙ୍ଗୀ: ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରେ *ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ*ର ଡେ-କେୟାର ସେଣ୍ଟର ପରିସରେ ଦେଶଭକ୍ତିପୂର୍ଣ୍ଣ ପରିବେଶରେ ଏହି ଦିବସ ପାଳନ କରାଯାଇଛି।କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତେ ମିଳିତ ଭାବେ “ବନ୍ଦେ ମାତରମ୍” ଗାନ କରିବା ପରେ ମଞ୍ଚର ସଭାପତି ଶ୍ରୀ ଗଣେଶ କୁମାର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ “ଜନ-ଗଣ-ମନ ଅଧିନାୟକ” ଗାନ କରିଥିଲେ।ପତାକା ଉତ୍ତୋଳନ ପରେ ସଭାପତି ଶ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବର୍ତ୍ତମାନର ପିଢିର କର୍ତ୍ତବ୍ୟ ଉପରେ ଉଦବୋଧନ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭୀମଟାଙ୍ଗୀ ଅଙ୍ଗନବାଡି କେନ୍ଦ୍ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ ଅଭିଭାବକବୃନ୍ଦ, ମଞ୍ଚର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ବହୁ ସଂଖ୍ୟାରେ ସାଧାରଣ ସଦସ୍ୟମାନେ ଯୋଗଦାନ କରିଥିଲେ।
ଉପସ୍ଥିତ ଥିବା ପ୍ରମୁଖ ସଦସ୍ୟମାନେ ହେଲେ:
ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ବଡୁ, କାଶୀନାଥ ସାହୁ, କାମଦେବ ରଣସିଂହ, ମଧୁସୂଦନ ସ୍ୱାଇଁ, ବସନ୍ତ କୁମାର ନାୟକ, ଶଙ୍କର ସାହୁ, ସୁଧାଂଶୁ ଶେଖର ହରିଚନ୍ଦନ, ମାନସ ରଞ୍ଜନ ପଟ୍ଟନାୟକ, ରବିନାରାୟଣ ଦାଶ, ହରିହର ସାହୁ, ମହାଦେବ ଗରାବଡୁ, ବନବିହାରୀ ରଥ, ନିରଞ୍ଜନ ବେହେରା, ବଂଶୀଧର ପଣ୍ଡା, ସୁଦର୍ଶନ ମହାଳିକ, ଏମ୍. ଜଗନ୍ନାଥ ରାଓ, ନିରଞ୍ଜନ ସେନାପତି, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଲୋକନାଥ ମିଶ୍ର, କୁମୁଦ କୁମାର ପଣ୍ଡା, ପ୍ରଫୁଲ୍ଲ ସାହୁ, ଉପେନ୍ଦ୍ର ନାଥ ବେହେରା, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ।
ଶେଷରେ ମଞ୍ଚର ସମ୍ପାଦକ ଶ୍ରୀ କାମଦେବ ରଣସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀ ଗଣେଶ କୁମାର ପ୍ରଧାନ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
