ରାଜ୍ୟ ସ୍ତରୀୟ “ ମୁକ୍ତିର ଧାରା ତ୍ରିରଙ୍ଗା” ଜାତୀୟ ହସ୍ତତନ୍ତ ଦିବସ ପାଳନ
ଅଦ୍ୟ ତା.୧୩.୦୮.୨୦୨୬ ରିଖ ଦିବା ୧୧.୦୦ ଘଟିକା ସମୟରେ ରାଜ୍ୟ ସ୍ତରୀୟ “ ମୁକ୍ତିର ଧାରା ତ୍ରିରଙ୍ଗା” ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ, ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଓ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକାମ୍ର ପଡିଆ ଭୁବନେସ୍ଵରଠାରେ ଏକ ବିରାଟ ସଭା ଆୟୋଜନ ହୋଇଥିଲା । ସେଥିରେ ଓଡ଼ିଶାର ବିଭିନ୍ନ ବୟନ ମଣ୍ଡଳ ଯୋଗଦାନ କରିଥିଲେ । ତନ୍ମଧ୍ୟରୁ ବରଗଡ଼ ବୟନ ମଣ୍ଡଳ ମଧ୍ୟ ଯୋଗଦାନ କରି ହାକାଥନ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ବୁଣାକାର ଶ୍ରୀ ଫକିର ମେହେର ଦ୍ବିତୀଯ ସ୍ଥାନ ଅଧିକାର କରିଥିଲେ , ଯେ କି ଜିଲ୍ଲା ସ୍ତରରେ ପ୍ରଥମ ହୋଇ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

ଆହୁରି ମଧ୍ୟ ବରଗଡ଼ ଜିଲ୍ଲା ହସ୍ତତନ୍ତ କ୍ଷେତ୍ରରେ ଭେଲିଡିକଟୋରି ଶେଷସନରେ ଯୋଗଦାନ ଦେଇ ରାଜ୍ୟ ସ୍ତରରେ ବରଗଡ଼ ବଯନ ମଣ୍ଡଳ ଓଡ଼ିଶାର ଶ୍ରେଷ୍ଟ ବୟନ ମଣ୍ଡଳ ଭାବେ ମାନ୍ୟବର ମନ୍ତ୍ରୀ ଓ କମିଶନର ଙ୍କ ଠାରୁ ଜାତୀୟ ହସ୍ତତନ୍ତଦିବସ ସମରୋହରେ ସମ୍ମାନିତ ହୋଇପାରିଛି, ଯାହାକି ମାନ୍ୟବର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ଵ।ବଧାନ ତଥା ତାଙ୍କ ଦିଗ୍ଦର୍ଶନରେ ସମ୍ଭବ ହୋଇପାରିଛି। ସର୍ବୋପରି ବରଗଡ଼ ଜିଲ୍ଲାର ୯ ଜଣ କୁଶଳୀ ବୁଣାକାର ସମ୍ବଲପୁରୀ ବସ୍ତ୍ର ବୟନରେ ନୈପୁଣ୍ୟତା ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାରରେ ଉକ୍ତ ସମାରୋହରେ ସମ୍ମାନିତ ହୋଇଛନ୍ତି ଯାହାକି ବରଗଡ଼ ଜିଲ୍ଲା ପାଇଁ ଏକ ଗୌରବର ବିଷୟ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
