August 21, 2026
Home » ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ବିପୁଳ ବିଜୟ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ବିପୁଳ ବିଜୟ

0
Screenshot 2026-05-06 152331

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ବିପୁଳ ବିଜୟ ହାସଲ କରିଛି।୨୦୦ ରୁ ଅଧିକ ବିଧାନସଭା ଆସନ ରେ ଜିତି ବିଜେପି ବହୁମତ ହାସଲ କରିଛି। ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ମମତା ବାନାର୍ଜୀ ହାରିବା ପଛରେ ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ରହିଥିବା ଚର୍ଚ୍ଚା ଜୋର ଧରିଛି। ଯେଭଳି ଦୀଘା ରେ ଜଗନ୍ନାଥ୍ ମନ୍ଦିର ନିର୍ମାଣ କରି ମମତା ବାନାର୍ଜୀ ପରମ୍ପରା ବିରୁଦ୍ଧ ରେ ଯାଇ ମନ୍ଦିର ରେ ପଥର ର ଜଗନ୍ନାଥ୍ ମୂର୍ତ୍ତି ନିର୍ମାଣ ସହିତ ଦୀଘା ଜଗନ୍ନାଥ ମନ୍ଦିର କୁ ଜଗନ୍ନାଥ୍ ଧାମ ନାମକରଣ କଲେ ମହାପ୍ରଭୁ ଙ୍କ ଅପମାନ ଯୋଗୁ ମହାପ୍ରଭୁ ହିଁ ମମତା ଙ୍କୁ ନିର୍ବାଚନ ରେ ହରାଇଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି। ତେବେ ଦୀଘା ଜଗନ୍ନାଥ ମନ୍ଦିର ରେ ପଥର ମୂର୍ତ୍ତି ନିର୍ମାଣ କୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବାଡଗ୍ରାହି ଜଗନ୍ନାଥ୍ ସ୍ୱାଇଁ ମହାପାତ୍ର। ପଥର ମୂର୍ତ୍ତି ନିର୍ମାଣ ହେଲେ ମମତା ଙ୍କୁ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ। ତେବେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନ ରେ ମମତା ଶୋଚନୀୟ ପରାଜୟ ବରଣ କରିଛନ୍ତି। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ବିଶେଷ କରି ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁ ମମତା ନିର୍ବାଚନ ରେ ହାରିଥିବା ସବୁଆଡ଼େ ଚର୍ଚ୍ଚା ହେଉଛି।ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ୍ ସ୍ୱାଇଁ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ନିର୍ବାଚନ ରେ ପଶ୍ଚିମବଙ୍ଗ ରେ ସରକାର ଯେଉଁ ପରିବର୍ତ୍ତନ ହେଲା ତାହା ମହାପ୍ରଭୁଙ୍କ ପାଇଁ ହେଲା। ଦୀଘା ରେ ଯେଉଁ ଜଗନ୍ନାଥ୍ ମନ୍ଦିର ହେଲା ଏହା ତାହାର ପ୍ରଭାବ। ଦିଘାରେ ଯେତେବେଳେ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର କରିଥିଲେ ସେତେବେଳେ ତାଙ୍କୁ ମୁଁ କହିଥିଲି ମନ୍ଦିରରେ ପଥର ମୂର୍ତ୍ତି କରନ୍ତୁନି।ସେ କିନ୍ତୁ ମୋ କଥା କୁ ଗୁରୁତ୍ଵ ଦେଲେନାହିଁ। ପଥର ମୂର୍ତ୍ତି ହେଲେ ଅଘଟଣ ଘଟିପାରେ ବୋଲି ମୁଁ ମମତା ଙ୍କୁ କହିଥିଲି। ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ୍ ଭଲ। ଚତୁର୍ଦ୍ଧାମୂର୍ତ୍ତି ପଥର ରେ ନିର୍ମାଣ ହେଲେ ଜଦି କିଛି ବିଘ୍ନ ହୁଏ ଅବା ଭାଙ୍ଗିଯାଏ ତାହା ଅଶୁଭ ହେବାର ଆଶଙ୍କା ରହିଛି। ହେଲେ ମୋ କଥା କୁ ମମତା ଗୁରୁତ୍ଵ ନଦେଇ ପଥର ରେ ମୂର୍ତ୍ତି ନିର୍ମାଣ କଲେ। ତେବେ ମମତା ଜଣେ ବହୁତ୍ ଭଲ ଲୋକ। ହେଲେ ତାଙ୍କ ଚାରିପାଖରେ କିଛି କୁଚକ୍ରୀ ଲୋକ ଥିଲେ। ଯେଉଁମାନେ କି ତାଙ୍କୁ ଭୁଲ ମାର୍ଗରେ ନେଉଥିଲେ। ଅହଙ୍କାର ମଣିଷ କୁ ପତନ କରାଏ। ମୋ କଥା କୁ ସେ ଗୁରୁତ୍ଵ ନଦେଇ ସେ ଦୀଘା ଜଗନ୍ନାଥ ମନ୍ଦିର ରେ ପଥର ରେ ମୂର୍ତ୍ତି ନିର୍ମାଣ କଲେ। ଯାହା ଫଳରେ ତାଙ୍କ ସହ ଆଜି ନିର୍ବାଚନ ରେ ଏହି ଦଶା ହୋଇଛି। ରଥ ଯାତ୍ରା ରେ ବଙ୍ଗାଳୀ ଲୋକ ମାନେ ପୁରୀ ନଯିବାକୁ ସେ ଲୋକ ଙ୍କୁ କହିଲେ। ଯାହାକି ଏହାକୁ ଲୋକ ମାନେ ଗ୍ରହଣ କଲେ ନାହିଁ। ପ୍ରଭୁ ଜଗନ୍ନାଥ କାହାର ଅହଙ୍କାର ସହ୍ୟ କରନ୍ତି ନାହିଁ। ଯାହା ଫଳରେ ଆଜି ତାଙ୍କର ପତନ ହୋଇଛି। ମୁଁ ପୂର୍ବରୁ ଏ ନେଇ ଯାହା କହିଥିଲି ସେୟା ହେଲା। ମମତା ହାରିଥିବା ବେଳେ ବିଜେପି ବିପୁଳ ବିଜୟ ହାସଲ କରିଛି। ତେବେ ଶୁଭେନ୍ଦୁ ଅଧିକାରୀ ଜଣେ ସଚ୍ଚୋଟ ନେତା ଥିଲେ। ହେଲେ ତାଙ୍କୁ ଟି ଏମ୍ ସି ରେ ଉପଯୁକ୍ତ ସମ୍ମାନ ମିଳିଲା ନାହିଁ। କିଛି କୁଚକ୍ରୀ ଙ୍କ ଯୋଗୁ ସେ ଟି ଏମ୍ ସି ପରିତ୍ୟାଗ କରି ବିଜେପି ରେ ଯୋଗ ଦେଲେ। ଆଉ ବିଜେପି ଏହାର ବହୁତ୍ ଫାଇଦା ଉଠାଇ ପାରିଲା। ଶୁଭେନ୍ଦୁ ଜଣେ ସଚ୍ଚୋଟ, ପରିଶ୍ରମି ନେତା। ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ବିଜେପି ବଙ୍ଗଳା ଦଖଲ କରିବାରେ ସକ୍ଷମ ହେଲା। ଶୁଭେନ୍ଦୁ ଙ୍କ ଭଳି ଅନେକ ଭଲ ସଚ୍ଚୋଟ ନେତା ଟି ଏମ୍ ସି ରୁ ବାହାରି ଯିବାରୁ ଆଜି ଟି ଏମ୍ ସି ର ପତନ ହୋଇଛି। ମୁଁ ଶୁଭେନ୍ଦୁ ଅଧିକାରୀ ଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ବିଜେପି ବିପୁଳ ବିଜୟ ହାସଲ କରିଛି। ମୁଁ ଚାହୁଁଚି ବଙ୍ଗଳା ର ଉନ୍ନତି ହେଉ। ଓଡ଼ିଶା ସହ ଭଲ ସମ୍ପର୍କ ରହୁ। ମହାପ୍ରଭୂ ହେଉଛନ୍ତି ଜାଗ୍ରତ ଠାକୁର। ତାଙ୍କୁ ଆମେ କାଠ ମୂର୍ତ୍ତୀ ବୋଲି ଭାବିବାନି। ମହାପ୍ରଭୁ ଙ୍କ ବିଧି ପରମ୍ପରା କୁ ଯିଏ ଅପମାନ କରିଛି ତାହାର ନିଶ୍ଚିତ ପତନ ହୋଇଛି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed