May 6, 2026
Home » ମହାପ୍ରଭୁ ଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

ମହାପ୍ରଭୁ ଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

0
WhatsApp Image 2026-05-05 at 10.16.00 AM (2)

ତିନିରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି।ତିନି ରଥର ନହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନିରଥ ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।ତିନି ନାହାକା ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରୀ ରହିଛି।ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି। ଏଥିସହ ତିନି ରଥର ଚତୁର୍ଥ ଚକ ପଇ ବିନ୍ଧ କାର୍ଯ୍ୟ ଶେଷ ହୋଇଛି ଚତୁର୍ଥ ଏବଂ ପଞ୍ଚମ ଚକ ତୁମ୍ବ ଅରର ବଳକା ଅଂଶ କଟାଯାଇ ସିଙ୍ଗଡା କଳଶା ଜାରୀ ରହିଛି।

ତିନି ରଥର ଚତୁର୍ଥ ଏବଂ ପଞ୍ଚମ ଚକ ରେ ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ (ପଇ, ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ ହେବ) ଏଥିସହ ବାକି ତୁମ୍ୱ ଗୁଡ଼ିକର ଅଖ ବିନ୍ଧ ଖୋଳା କାର୍ଯ୍ୟ ସାଥୀ ମହାରଣା ସେବକ ମାନେ ଜାରୀ ରଖିବାସହ ତିନିରଥର ଗୋଟିଏ ଲେଖାଏଁ ୧୨ ଫୁଟିଆ ଅସନ କାଠର ପ୍ରଭା ଅପସରା ଏବଂ ଗୋଟିଏ ଲେଖାଏଁ ସିଂହାସନ ରାଏ ଚଉପଟ କାର୍ଯ୍ୟ ଜାରୀ ରହିଛି। ଏଥିସହ ତିନିରଥ ର ନାହାକା ଅଖର ନିର୍ମାଣ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ମାନେ ନାହାକା ଅଖ ତ୍ରୟ ର ଦୁଇମୁଖ କୁ ବାରିଶୀରେ ହାଣୀ ସାଲ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ଅଖ ଅଖର ଉଭୟ ମୁଖ ର ଗୋଲେଇ କାର୍ଯ୍ୟ ବାକି ରହିଛି। ତିନିରଥ ର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ନାହାକା ଚକ ର ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଏବଂ ତୁମ୍ବ ବାହ୍ୟ ବଳା ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା , ଆର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *