ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ରାଇରଙ୍ଗପୁର ରେ ପ୍ରତିବାଦ ଶୋଭାଯାତ୍ରା
ରାଇରଙ୍ଗପୁର:ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କଂଗ୍ରେସ କମିଟୀ ପକ୍ଷରୁ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ଠାରେ ଲୋକସଭାର ବିରୋଧୀ ଦଳର ନେତା (LOP) ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଷଡଯନ୍ତ୍ରମୂଳକ FIR କୁ ପ୍ରତିବାଦ କରିବା ସହ ଉତ୍ତରାଖଣ୍ଡରେ ବିଜେପି କର୍ମୀମାନଙ୍କର ବିରୋଧରେ FIR ରୁଜୁ କରିବା ଦାବୀରେ ପ୍ରତିବାଦ ଶୋଭାଯାତ୍ରା ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁଙ୍କ ନେତୁତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଂଗ୍ରେସ କର୍ମୀଗଣ ଉତ୍ତେଜିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୁହମନ୍ତ୍ରୀ ଅମିତ ସାହାଙ୍କ କୁଶ ପୁତଳିକା ଦାହ କରିଥିଲେ l ଉକ୍ତ କାର୍ଯ୍ଯକ୍ରମରେ ପୂର୍ବତନ ବିଧାୟକ ଶ୍ଯାମଚରଣ ହାଁସଦାଃ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ, ଜିଲ୍ଲା ସମ୍ପାଦକ ବସନ୍ତ ପଟ୍ଟନାୟକ, ଜିଲ୍ଲା କାର୍ଯ୍ଯାଳୟ ସମ୍ପାଦକ ରୂପକ ମହାନ୍ତି, ବଇଲୋଚନ ଗିରି, ଅନନ୍ତ ମାର୍ଣ୍ଡି, ଟାଉନ ସଭାପତି ଅମର ପ୍ରଧାନ ଦେଓ ହେମ୍ବ୍ରମ , ତିରିଂ ବ୍ଲକ ସଭାପତି ଭାଗିରଥୀ ପାତ୍ର, ରାଇରଙ୍ଗପୁର ବ୍ଲକ ସଭାପତି ସିମାଲ ମାଝୀ, ଜାମଦା ବ୍ଲକ ସଭାପତି ସବ୍ଯସାଚୀ ଖୁଣ୍ଟିଆ, ବହଳଦା ବ୍ଲକ ଉପସଭାପତି ଅସିତ ସାମନ୍ତରାୟ, ବିରେଶ ଚନ୍ଦ୍ର ମହାନ୍ତ, ଅମର ମହାନ୍ତ, କିଶୋର ମହାନ୍ତ, ଦେବାଶିଷ ପାତ୍ର, କୌଶିକ ମହାନ୍ତି, ଅନୁପ ସୋରେନ, ରାମଚନ୍ଦ୍ର ହେମ୍ବ୍ରମ, କାଶୁ ମାଝୀ, ରଘୁନାଥ ଟୁଡୁ, ବିନୁ ମହାନ୍ତି ହେମନ୍ତ ସାହୁ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l
