September 11, 2026
Home » ୧୦ ଦିନ ଧରି ବନ୍ଦ ପାଇପ୍ ଜଳ ଯୋଗାଣ, ତୁରନ୍ତ ସମାଧାନ ଦାବି କଲେ ବଡ଼ବେଲପାହାଡି ଗ୍ରାମବାସୀ

୧୦ ଦିନ ଧରି ବନ୍ଦ ପାଇପ୍ ଜଳ ଯୋଗାଣ, ତୁରନ୍ତ ସମାଧାନ ଦାବି କଲେ ବଡ଼ବେଲପାହାଡି ଗ୍ରାମବାସୀ

0
WhatsApp Image 2026-09-03 at 11.28.57 AM

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଧୀନ ନୁଷାଡିହି ପଞ୍ଚାୟତର ବଡ଼ବେଲପାହାଡି ଗ୍ରାମରେ ଗତ ୧୦ ଦିନ ଧରି ପାଇପ୍ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଏହା ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମରେ ପାଇପ୍ ଜଳ ଯୋଗାଣ ଦାୟିତ୍ୱରେ ଥିବା ପମ୍ପଚାଳକଙ୍କୁ ଏପର୍ଯ୍ୟନ୍ତ ମଜୁରୀ ପ୍ରାପ୍ୟ ମିଳିନାହିଁ। ମଜୁରୀ ଦେବା ପାଇଁ ସମ୍ପୃକ୍ତ କଣ୍ଟ୍ରାକ୍ଟର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ତାହା ପ୍ରଦାନ କରାଯାଇନଥିବା ଅଭିଯୋଗ ରହିଛି। ଏନେଇ ସରପଞ୍ଚ ଏବଂ ଜେ.ଇ.ଙ୍କ ମାଧ୍ୟମରେ ବାରମ୍ବାର ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।
ଜଳ ଯୋଗାଣ ବନ୍ଦ ହେବାରୁ ଗ୍ରାମର ମହିଳା, ଶିଶୁ ଓ ବୃଦ୍ଧମାନଙ୍କ ସମେତ ସମସ୍ତେ ପାଣି ପାଇଁ ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ପାଇପ୍ ଜଳ ଯୋଗାଣ ପୁନଃ ଆରମ୍ଭ କରିବା ସହ ପମ୍ପଚାଳକଙ୍କ ବକେୟା ମଜୁରୀ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବଡ଼ବେଲପାହାଡି ଗ୍ରାମବାସୀ ବିଜାତଳା ବିଡିଓଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମର ପାଣି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତ୍ୱରିତ ସମାଧାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *