August 20, 2026
Home » ପାଟଣାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ନେଇ ଗଠିତ ମିଡିଆ ହାଉସ।

ପାଟଣାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ନେଇ ଗଠିତ ମିଡିଆ ହାଉସ।

0
WhatsApp Image 2026-05-25 at 10.02.31 AM

କେନ୍ଦୁଝର,: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକର ପ୍ରିଣ୍ଟ, ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଭିମାପଡା,କାଂଝାରୀ ନଦୀକୂଳରେ ରବିବାର ନୂତନ ସାମ୍ବାଦିକ ସଂଘ ମିଡିଆ ହାଉସ ପାଟଣା ଗଠିତ ହୋଇଛି। ଆୟୋଜିତ ସଭା ବଶିଷ୍ଠ ଆଇନଜୀବୀ ତଥା ସାମ୍ୱାଦିକ ରାହାସ ବିହାରୀ ପୃଷ୍ଟିଙ୍କ ସଭାପତିତ୍ଵରେ ନୂତନ କମିଟିର କର୍ମକର୍ତ୍ତା ମନୋନୀତ ହେଇଛନ୍ତି। ପରାମର୍ଶଦାତା ଭାବେ ବରିଷ୍ଠ ସାମ୍ୱାଦିକ ଭାବେ ମହେଶ୍ୱର ପୃଷ୍ଟି, ସନ୍ତୋଷ କୁମାର ପତି, ବୀର କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ସଂଜିତ ଚକ୍ର ଓ ସବ୍ୟସାଚୀ ସିଂହ ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ରାହାସ ବିହାରୀ ପୃଷ୍ଟି, ଉପସଭାପତି ଭାବେ ଉମାକାନ୍ତ ମହାନ୍ତ, ଅଞ୍ଜନ କୁମାର ରଣା,ସମ୍ପାଦକ ଭାବେ ସମାବାୟବିତ୍‌ ଦୀନବନ୍ଧୁ ମିଶ୍ର , ସହସଂପାଦକ ଭାବେ ଦଶରଥ ବାରିକ,ବିଜୟ କୁମାର ମହାନ୍ତ, କୋଷାଧ୍ୟକ୍ଷ ଭାବେ ଦୀପକ କୁମାର ଭଞ୍ଜ, ସଂଯୋଜକ ଭାବେ କୈଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ ମନୋନୀତ ହୋଇଛନ୍ତି। ସାମ୍ୱାଦିକ ସୁଜିତ କୁମାର ଦାଶ,ବସନ୍ତ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବୈଠକରେ ପାଟଣା ବ୍ଲକ ମୁଖ୍ୟାଳୟରେ ମିଡିଆ ହାଉସର ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟା, ସହ ସାମ୍ବାଦିକତା ବୃତ୍ତିରେ ସଚ୍ଚୋଟତା,ନିରପେକ୍ଷତା ଓ ସାଧୁତା ଆପଣେଇବାକୁ ଆଲୋଚନା ହୋଇଥିଲା।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed