August 20, 2026
Home » ସିଜିମାଳିରେ ଯୁବ କଂଗ୍ରେସର ଗର୍ଜନ

ସିଜିମାଳିରେ ଯୁବ କଂଗ୍ରେସର ଗର୍ଜନ

0
WhatsApp Image 2026-05-24 at 11.12.28 PM (1)
ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ସିଜିମାଳି ଅଂଚଳର ତଳଆମ୍ବପଦର, ସୁଲୁବାଡି, ଡୁମୁରୀପଦର, କୁଲ୍‌ର୍ଲିଙ୍ଗ, ନାକୁରୁଣ୍ଡି ଓ କେରେପାଇ ପ୍ରମୁଖ ଅଂଚଳ ଯାଇ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଆଇସିସିର ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମନିଷ ଶର୍ମା ଏହି ଯାତ୍ରାରେ ଯୋଗ ଦେଇ ଜନନାୟକ ରାହୁଲ ଗାନ୍ଧୀଙ୍କର ଆଦିବାସୀ ବନବାସୀ ଓ ଦଳିତବର୍ଗର ଲୋକମାନଙ୍କ ପ୍ରତି ଥିବା ଆବେଗ ଓ ସଦିଚ୍ଛା ଜଣାଇଥିଲେ ।
ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ କହିଥିଲେ ଯେ, ସିଜିମାଳିର ଲଢ଼େଇର ଶାଣିତ ସ୍ୱରକୁ ବିଜେପି ସରକାର ଚାପି ଦେବା ପାଇଁ ଯେଉଁ ହିନ ଉଦ୍ୟମ କରୁଛନ୍ତି ସେଥିରେ ସେ ସଫଳ ହୋଇପାରିବ ନାହିଁ । ଆଦିବାସୀ, ବନବାସୀ ଓ ଦଳିତ ଲୋକଙ୍କର ଜୀବନ ଜୀବିକାକୁ ଶେଷ କରି ତାଙ୍କୁ ବାସଚ୍ୟୁତ କରି ଓ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ବିଜେପି ସରକାର ଶାନ୍ତିରେ ବସିପାରିବେ ନାହିଁ । ଯୁବ କଂଗ୍ରେସ ଆଦିବାସୀଙ୍କ ଲଢ଼େଇର ଅଂଶୀଦାର ହୋଇଛି ।
ମୋହନ ସରକାର ସିଜିମାଳିରୁ ବକ୍‌ସାଇଟ ଲୁଟ୍ ପାଇଁ ଯେଉଁ ହୀନ ଉପାୟ ଅବଲମ୍ବନ କରୁଛନ୍ତି ତାହାର ଯୁବ କଂଗ୍ରେସ ଦେଉଛି ଏବଂ ଆଗାମୀ ଦିନରେ ଲଢ଼େଇ ତିବ୍ରତର ହେବ । ଏହି କାର୍ଯ୍ୟକ୍ରମରେ ମହେଶ ଦେଶମୁଖ୍‌, ଖୁସି ଟିଗା, ବିିଭିନନ ଜିଲ୍ଲା ଯୁବ କଂଗ୍ରେସ ସଭାପତି, ପ୍ରଦେଶ କଂଗ୍ରେସର ରାଜ୍ୟ କର୍ମକର୍ତ୍ତା, ମୋହନ ନାୟକ, ସୁରଜ ବେହେରା ପମୁଖ ଅଂଶ ଗ୍ରହଣ କରିଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed