July 1, 2025
Home » ପାଠ ପଢିବେ, କୁଶଳୀ ହେବେ, ସମାଜ ପାଇଁ ସମ୍ବଳ ହେବେ : ଶିକ୍ଷା ସପ୍ତାହ ଉଦଯାପିତ

ପାଠ ପଢିବେ, କୁଶଳୀ ହେବେ, ସମାଜ ପାଇଁ ସମ୍ବଳ ହେବେ : ଶିକ୍ଷା ସପ୍ତାହ ଉଦଯାପିତ

0
WhatsApp Image 2024-07-30 at 12.56.02 PM

ସୁବର୍ଣ୍ଣପୁର:  ସ୍କୁଲ ଏକ ମନ୍ଦିର । ଏଠାରେ ପିଲାମାନେ ପାଠ ପଢ଼ିବେ, ବିଭିନ୍ନ କୌଶଳ ଶିଖିବେ ଓ ଭବିଷ୍ୟତରେ ସମାଜ ପାଇଁ ଉପଯୋଗୀ ସମ୍ବଳ ହୋଇ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି ମାୟାବର୍ହା ହାଇସ୍କୁଲ ରେ ଉଦଯାପିତ ହୋଇଯାଇଥିବା ଶିକ୍ଷା ସପ୍ତାହ ଉତ୍ସବ ରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଛନ୍ତି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ସାତ ଦିନ ପର୍ଯ୍ୟନ୍ତ ହୋଇଯାଇଥିବା ଶିକ୍ଷା ସପ୍ତାହର ବିଭିନ୍ନ ଦିବସର ସଚେତନଧର୍ମୀ ତଥା ଶିକ୍ଷଣୀୟ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ। ସାମୁହିକ କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ। ଅତିଥି ଭାବରେ କନ୍ଦାଗାଡ ହାଇସ୍କୁଲ ର ବରିଷ୍ଠ ଇଂରାଜୀ ଶିକ୍ଷକ ସମ୍ପଦ ଖମାରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, ତରଭା ସରକାରୀ ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ, ଆଲୁମିନି ସଦସ୍ୟ କିରଣ ପୁଟେଲ, ସ୍ନିଗ୍ଧା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନେ ଶିକ୍ଷଣୀୟ ଟିଏଲ୍ଏମ, ପୋଷ୍ଟର, ବ୍ୟାନର, ମା ପାଇଁ ଗଛ ଟିଏ ରୋପଣ, ସଚେତନତା ରେଲି, ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଅବଗତ ହୋଇଥିଲେ। ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ଦଶମ ଶ୍ରେଣୀର ଲିପ୍ସା ଯୁଆଡି, ଜନନିକା ନାଏକ, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, ରେଖା ବଗର୍ତ୍ତି, ପ୍ରୀତି ଖର୍ସେଲ, ବିଷ୍ଣୁପ୍ରିୟା ବଗର୍ତ୍ତି, ପୂଜା ଦୀପ,ନବମ ଶ୍ରେଣୀର ଝରଣା ସାହୁ, ପୂଜାରାଣି ଦୀପ, ବିକାଶ ସାହୁ, ଅଙ୍କିତ ଦଣ୍ଡସେନା ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *