January 25, 2025

ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରଣାମପତ୍ର ବିତରଣ ଉତ୍ସବ ଅନୁଷ୍ଠିତ

ବୌଦ୍ଧ: ଦକ୍ଷତା ବିକାଶ ତଥା ଜ଼ିଲ୍ଲା ନିୟୋଜନ କାର୍ଯ୍ୟାଳୟ,ବୌଦ୍ଧ ଦ୍ୱାରା ଅନୁଷ୍ଠିତ ସ୍ଵଳ୍ପକାଳୀନ ପ୍ରଶିକ୍ଷଣ ର ପ୍ରମାଣ ପତ୍ର ୨୩ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦେବା ସଂଗେ ସଂଗେ ନିଯୁକ୍ତି ପତ୍ର ମଧ୍ୟ ବିତରଣ କରାଯାଇଛି I ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପ ଜ଼ିଲ୍ଲାପାଳ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଜିଲ୍ଲା କଲ୍ୟାଣ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ। ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ଏହି ଭଳିଆ ପ୍ରଶିକ୍ଷଣ ମାର୍ଚ୍ଚ ୧ ତାରିଖରୁ ୩୦ ଜଣ ପ୍ରାର୍ଥୀଙ୍କୁ ନେଇ ଡାଟାପ୍ରୋ.କମ୍ପ୍ୟୁଟର ପ୍ରା. ଲିଃ.ଦ୍ଵାରା ସୋଲାର ପେନାଲ ଇଂସ୍ଟଲଲେସନ ଟେକ୍ନିସିଆନ୍ ୪୫୦ ଘଣ୍ଟିଆ(୬୫ ଦିନ) ରେ ଶେଷ ହୋଇ ମୂଲ୍ୟାୟନ ମଧ୍ୟ ହୋଇଥିଲା। ସେଥି ମଧ୍ୟ ରୁ ୨୩ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ନିଯୁକ୍ତି ପାଇଛନ୍ତି ହାଇଦରାବାଦ ର ଏକ ଘରୋଇ ଅନୁଷ୍ଠାନରେ ଏବଂ ପରବର୍ତ୍ତୀ ସମୟ ରେ ଆଉ ୫ ଜଣ ମଧ୍ୟ ନିଯୁକ୍ତି ପାଇବେ l ପ୍ରକାଶ ଥାଉକି ଓଡିଶା ସରକାର ଙ୍କର ଏଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀ ପଞ୍ଜିକରଣ କରେଇ ପାରିବେ ଏବଂ ଯେଉଁଠି ପଢିବା ରହିବା ଖାଇବା ପିନ୍ଧିବା ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି।ଏହି ପ୍ରଶିକ୍ଷଣ ନିରବଚ୍ଛିନ୍ନ ଭାବରେ ଚାଲୁଅଛି। ସମସ୍ତ ଅତିଥି ନୂଆକରି ନିଯୁକ୍ତିରେ ଯାଉଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ।ସର୍ବଶେଷରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଦାଶ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା ରେ ନିୟୋଜନ କାର୍ଯ୍ୟଳୟ ର ବରିଷ୍ଠ ସହାୟକ ଦିନେଶ ବଢାଇ କନିଷ୍ଠ ସହାୟକ ରମାକାନ୍ତ ମିର୍ଦ୍ଧା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଡମ୍ବରୁଧର ଖାଲକୋ ସହଯୋଗ କରିଥିଲେ I

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *