June 7, 2026
Home » ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ ଅନୁଷ୍ଠିତ

ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ ଅନୁଷ୍ଠିତ

0
WhatsApp Image 2026-06-07 at 12.27.59 PM

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଷଣ୍ଡା ପ୍ରାଙ୍ଗଣରେ ଏକ ସାରସ୍ୱତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ ଶୀର୍ଷକରେ ଷଣ୍ଡା ଗ୍ରାମର ବାଡିଖେଲ ଅନୁଷ୍ଠାନର ବରିଷ୍ଠ କଳାକାର ତଥା ସଭାପତି ଶ୍ରୀ ଶେଷଦେବ ପଧାନ ଙ୍କ ଅଧ୍ୟକ୍ଷତାରେ ଓ ପଏଁରୀ ଅନୁଷ୍ଠାନର ସଂପାଦକ ଶ୍ରୀ ଚୌଧୁରୀ ବିଭାରଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଇଥିଲା । ପଏଁରୀ ଅନୁଷ୍ଠାନର ସଂପାଦକ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଶ୍ରୀ ଚୌଧୁରୀ ବିଭାର ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ତାପରେ ସାଂସ୍କୃତିକ କର୍ମଶାଳା ଆରମ୍ଭ ହୋଇଥିଲା । ଅନୁଷ୍ଠାନର କଳାକାର ମାନେ ବିଭିନ୍ନ ବାଦ୍ୟ ସହିତ ବାଡିଖେଲ ଲୋକକଳା କେମିତି ପରିବେଷଣ କରାଯାଏ ତା ଉପରେ ବିଭିନ୍ନ ବାଦ୍ୟ ଓ ନୃତ୍ୟ ଭଙ୍ଗୀ ମାନ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ସାଂସ୍କୃତିକ କର୍ମଶାଳାରେ ଅନୁଷ୍ଠାନର ଶତାଧିକ କଳାକାର ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ ପ୍ରଦିପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *