May 2, 2026
Home » ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

0
WhatsApp Image 2026-04-30 at 6.22.17 PM

ପୋଲସରା :ପୋଲସରା ଅଞ୍ଚଳର ସୁନାମଧନ୍ୟ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସଡଙ୍ଗୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ରନାଥ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ସ୍ୱରୂପ କୁମାର ପାତ୍ର, ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ ଓ ଉପ ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅନୁଷ୍ଠାନର ଶିକ୍ଷକ ପ୍ରଭାକର ପ୍ରଧାନ (ଶ୍ରଦ୍ଧାନାମ ବାପସାର୍)ଙ୍କୁ ଅବସରକାଳୀନ ବିଦାୟ ସ୍ୱରୂପ ମାନପତ୍ର ସହିତ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଅଯାଇଥିଲା। ଏଵଂ ତାଙ୍କର ଆଦର୍ଶ ଓ ପ୍ରେରଣାଦାୟୀ କର୍ମ ଜୀବନର ଭୂରି ଭୂରି ପ୍ରଶଂସା କରାଯିବା ସହିତ ପରବର୍ତ୍ତୀ ମୂଲ୍ୟବାନ ଜୀବନ ଖୁସି ଆନନ୍ଦ ଓ ନିରାମୟରେ ଅତିବାହିତ ହେବାକୁ ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ବିଜ୍ଞାନ ଶିକ୍ଷକ ଡଃ ଅମ୍ରେଶ ପଟ୍ଟନାୟକ କରିଥିବା ବେଳେ ଶିକ୍ଷୟିତ୍ରୀ ସୂଜିତା ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ସମ୍ବର୍ଦ୍ଧିତ ଶିକ୍ଷକଙ୍କ ସହଧର୍ମିଣୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଏସ୍.ଏମ୍.ସି ସଭ୍ୟ ସଭ୍ୟା ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *