August 24, 2026
Home » ପୁରୀ କଣାସ ରେ ତାନ୍ତ୍ରିକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ

ପୁରୀ କଣାସ ରେ ତାନ୍ତ୍ରିକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ

0
WhatsApp Image 2026-08-24 at 11.20.21 AM

ପୁରୀ କଣାସ ରେ ତାନ୍ତ୍ରିକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣା ରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। କଣାସ ଥାନା ମନ୍ଦାର ବସ୍ତ ଗାଁ ରେ ହୋଇଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କରିଛି ପୁରୀ ପୋଲିସ। ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକାଧିକ ଟିମ୍ ସିଶିଟିଭି ଓ ବୈଷୟିକ ତଥ୍ୟ ଆଧାରରେ ୩ ଜଣ ଅଭିଯୁକ୍ତ କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଅଞ୍ଚଳର ରାଜ କିଶୋର ସାହୁ (୩୨), ସୁରେଶ ସାହୁ (୨୨) ଓ କେନ୍ଦ୍ରାପଡ଼ା ର ସତ୍ୟବ୍ରତ ମଲିକ୍। ସେମାନଙ୍କ ଠାରୁ ୨ ଟି ମୋବାଇଲ୍ ଫୋନ୍, ହତ୍ୟାରେ ବ୍ୟବହୃତ ଛୁରୀ, ଗୋଟିଏ ବାଇକ୍ ଜବତ ହୋଇଛି। ତେବେ ହତ୍ୟା ପଛରେ ପ୍ରେମ, ପ୍ରତାରଣା, ଟଙ୍କା ଆଦାୟ କୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, କଣାସ ମନ୍ଦାରବସ୍ତ ଅଞ୍ଚଳ ର ପର୍ଶୁରାମ ପ୍ରଧାନ (୬୧) ଗାଁ ରେ ଏକ ଦେବୀ ମନ୍ଦିର କରି ପୂଜା ସାଧନା କରୁଥିଲେ। ଲୋକ ଙ୍କ ସବୁ ସମସ୍ୟା ସମାଧାନ କରିଦେବେ ବୋଲି କହି ପ୍ରଚାର କରୁଥିଲେ। ତେବେ ଖୋର୍ଦ୍ଧା ସଦର ବାଣିଆ ଟାଙ୍ଗୀ ର ରାଜ୍ କିଶୋର ସାହୁ ତାଙ୍କ ପରିବାର ରେ ଲାଗି ରହିଥିବା ଅଶାନ୍ତି ଦୂର ପାଇଁ ସେ ତାନ୍ତ୍ରିକ ପର୍ଶୁରାମ ଙ୍କ ସହ ଯୋଗାଯୋଗ କରିଥିଲେ। ରାଜ୍ କିଶୋର ଙ୍କ ଭାଇ ରାକେଶ ସାହୁ ତାଙ୍କ ପିଉସୀ ପୁଅ ଶାଳୀ ଙ୍କ ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ପରିବାର ରେ ଅଶାନ୍ତି ଲାଗିରହିଥିଲା। ଏଣୁ ପାରିବାରିକ ଅଶାନ୍ତି କୁ ଦୂର୍ ପାଇଁ ରାଜ୍ କିଶୋର ତାନ୍ତ୍ରିକ ପର୍ଶୁରାମ ଙ୍କୁ ଯୋଗାଯୋଗ କରିଥିଲେ। ଏଥି ପାଇଁ ରାଜ୍ କିଶୋର ୧୯ ହଜାର ଟଂକା ଦେଇଥିଲେ। ତେବେ ତାନ୍ତ୍ରିକ ପର୍ଶୁରାମ ଆଉ ଏକ ଖେଳ ଖେଳିଥିଲେ। ରାଜ୍ କିଶୋର ଙ୍କ ଜମିରେ ଏକ ସୁନା ଦୁର୍ଗା ମୂର୍ତ୍ତୀ ସମେତ ସୁନା ଅଳଂକାର ଭର୍ତ୍ତି ହାଣ୍ଡି ଥିବା କହିଥିଲେ । ଏହାକୁ ଖୋଳି ଉଦ୍ଧାର ପାଇଁ ତାନ୍ତ୍ରିକ ପର୍ଶୁରାମ ରାଜ୍ କିଶୋର ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପ୍ରତିକୃତି ମୁତାବକ ତାନ୍ତ୍ରିକ ପର୍ଶୁରାମ କିଛି କାର୍ଯ୍ଯ କଲେ ନାହିଁ। ତାନ୍ତ୍ରିକ ପର୍ଶୁରାମ ରାଜ୍ କିଶୋର କୁ ପ୍ରତାରଣା କରିବାରୁ ରାଜ କିଶୋର ତାନ୍ତ୍ରିକ ପର୍ଶୁରାମ କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଗତ ୧୧ ତାରିଖ ରାତି ସାଢ଼େ ୯ ଟା ବେଳେ ରାଜ୍ କିଶୋର ତାର ସହଯୋଗୀ ସତ୍ୟବ୍ରତ ମଲିକ୍ ସହ ତାନ୍ତ୍ରିକ ଘର୍ କୁ ଜାଇଥିଲେ। ସେଠାରେ ରାଜ୍ କିଶୋର ତାନ୍ତ୍ରିକ ପର୍ଶୁରାମ କୁ ତାଙ୍କ ଟଙ୍କା ଫେରାଇ ଦେବାକୁ କହିଥିଲେ। ତେବେ ସେଠାରେ ତାଙ୍କ ଝଗଡ଼ା ହୋଇଥିଲା। ତେବେ ଏଥିରେ ରାଜ୍ କିଶୋର ଉତ୍ତେଜିତ ହୋଇଥିଲା।
ପୂର୍ବ ପ୍ରସ୍ତୁତି ମୁତାବକ ରାଜ୍ କିଶୋର ଆଣିଥିବା ଛୁରୀ ରେ ପର୍ଶୁରାମ ର ପେଟ କୁ ଭୁଷି ଦେଇଥିଲେ। ପରେ ଗାମୁଛା ରେ ହାତଗୋଡ ବାନ୍ଧି ସାଙ୍ଗ ରେ ଆଣିଥିବା ପେଟ୍ରୋଲ ପକାଇ ତାନ୍ତ୍ରିକ ପର୍ଶୁରାମ କୁ ଜିଅନ୍ତା ଜାଳି ଦେଇ ଫେରାର ହୋଇଯାଇଥିଲେ । ତେବେ ହତ୍ୟାକାଣ୍ଡ ଦିନ ତାନ୍ତ୍ରିକ ପର୍ଶୁରାମ ଙ୍କ ପତ୍ନୀ ତାଙ୍କ ପୁଅ କୁ ଭେଟିବାକୁ ଭୁବନେଶ୍ୱର ଜାଇଥିଲେ। ତେବେ ପର୍ଶୁରାମ ଙ୍କ ପତ୍ନୀ ତାଙ୍କ ସ୍ୱାମୀ ଙ୍କ ସହ ଫୋନ୍ ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ବନ୍ଦ ଥିଲା।ସେ ୧୩ ତାରିଖ ରେ ଘରେ ପହଂଚିବା ପରେ ଦେଖିଲେ ଯେ ତାଙ୍କ ସ୍ୱାମୀ ଙ୍କ ଅଧା ପୋଡ଼ା ମୃତ ଶରୀର ଘରେ ପଡ଼ି ରହିଛି। ଏ ନେଇ କଣାସ ଥାନାରେ ଅଭିଯୋଗ ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା। ବିଭିନ୍ନ୍ ଦିଗକୁ ତଦନ୍ତ ପରେ ଏହି ହତ୍ୟାକାଣ୍ଡ ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *