ବତ୍ୟା ଅକଭାନ ର ପ୍ରଭାବ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି
ବତ୍ୟା ଅକଭାନ ର ପ୍ରଭାବ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଅଞ୍ଚଳରେ ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଛି। ପ୍ରତିକୂଳ ପାଗ ଯୋଗୁ ଚିଲିକା ରେ ବଡ ବଡ ଢେଉ କୂଳରେ ମାଡ ହେଉଛି। ପ୍ରତିକୂଳ ପାଗ ଯୋଗୁ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ଚିଲିକା ସାତପଡା ରେ ବୋଟିଂ ସେବା ବନ୍ଦ ରହିଛି। ସାଧାରଣ ଲୋକ ଙ୍କ ଯାତାୟାତ ପାଇଁ ରହିଥିବା ଫେରି ସେବା ମଧ୍ଯ ବନ୍ଦ ରହିଛି। ମତ୍ସ୍ୟଜୀବୀ ଙ୍କୁ ଚିଲିକା କୁ ଡଙ୍ଗା ନେଇ ଯିବା ଉପରେ କଡ଼ା କଟକଣା ଲଗାଯାଇଛି। ଡଙ୍ଗା କୁ ସୁରକ୍ଷିତ ଭାବେ ରଖିବା ପାଇଁ ମତ୍ସ୍ୟଜୀବୀ ମାନେ ଚିଲିକା କୂଳରେ ଡଙ୍ଗା କୁ ଦଉଡ଼ି ରଶି ରେ ଭିଡ଼ି ରଖିଛନ୍ତି । ସେପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା ଥିବାରୁ ତଳିଆ ଅଞ୍ଚଳ ରେ ଏବଂ କଚ୍ଚା ଘରେ ରହୁଥିବା ଲୋକ ଙ୍କୁ ନିକଟସ୍ଥ୍ ବାତ୍ୟା ଆଶ୍ରୟସ୍ଥଳୀ କୁ ନିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକ ଙ୍କ ପାଇଁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରାଯାଇଛି। ବାତ୍ୟା ପ୍ରଭାବରେ ପାଗ ପ୍ରତିକୂଳ ଥିବାରୁ ଚିଲିକା ଜଳ ରାଶି ଏବେ ଆଶାନ୍ତ ରହିଛି।
