July 13, 2026
Home » ପ୍ରତାପପୁର ଉ.ପ୍ରା. ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପ୍ରତାପପୁର ଉ.ପ୍ରା. ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0
WhatsApp Image 2026-07-13 at 6.01.04 PM

 

ସୁବର୍ଣ୍ଣପୁର –ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୋନପୁର ରେଞ୍ଜର ସୁବାଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦୟାସରାବନୀ ଯୋଗ ଟ୍ରଷ୍ଟର ପ୍ରତିଷ୍ଠାତା, ଯୋଗଗୁରୁ ତଥା ପ୍ରକୃତି ବନ୍ଧୁ ହୃଷିକେଶ ଦେହୁରୀ ମୁଖ୍ୟବକ୍ତା ଏବଂ ଗ୍ରାମୋତ୍‌ଥାନର ସ୍ୱେଚ୍ଛାସେବୀ ଶିକ୍ଷକ ହରେକୃଷ୍ଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ, ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ।ଜୁନିଅର ରେଡ୍ କ୍ରସ୍ ପରାମର୍ଶଦାତା ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଗୋପେଶ ପଣ୍ଡା ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା, ଗ୍ରାମର ଭଦ୍ରବ୍ୟକ୍ତି ହେମସାଗର କଠାର ଓ ଅଭିଭାବିକା ମା’ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ବିଦେଶୀ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ସ୍ଥାପତି ପୁରସ୍କାର’ ପ୍ରଦାନ କରାଯାଇଥିଲା। ମୁକ୍ତ କୁଇଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା କଠାରଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ବାଲବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଗଳ୍ପକଥନ ପ୍ରତିଯୋଗିତାର ସମସ୍ତ ପ୍ରତିଭାଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସ୍ୱେଚ୍ଛାସେବୀ ଶିକ୍ଷକ ଅମନ ମହାପାତ୍ରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ପରିବେଶ ସଚେତନତାମୂଳକ ସଙ୍ଗୀତ ‘ଗଛ୍ ଗୁଟେ ପଛେ ଲଗା’ ଏବଂ ପଥପ୍ରାନ୍ତ ନାଟକ ‘ଗଛ ଓ କାଠୁରିଆ’। ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହା ପରିବେଷିତ ହୋଇ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ବୃକ୍ଷ ସୁରକ୍ଷାର ବାର୍ତ୍ତା ପହଞ୍ଚାଇଥିଲା।
ଶେଷରେ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହଭାଗିତାରେ ବିଦ୍ୟାଳୟ ନିକଟସ୍ଥ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇ ବନ ମହୋତ୍ସବକୁ ସାର୍ଥକ କରାଯାଇଥିଲା।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *