ପ୍ରଶ୍ନପତ୍ର ପାଇଁ ଏୟାର ଫୋର୍ସ, ସୈନ୍ୟବାହିନୀ ବ୍ୟବହାର, ଧର୍ମେନ୍ଦ୍ରଙ୍କ ଅପାରଗତାର ସାର୍ଟିଫିକେଟ : ଖେରା
ଭୁବନେଶ୍ୱର; ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଦ୍ୱାରା ଶହୀଦ ନଗରସ୍ଥିତ ଏମ୍ପାୟାର ହୋଟେଲରେ ଆୟୋଜିତ ‘ଛାତ୍ରୋଂକି ଗୁଞ୍ଜ’ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା lନିଟ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ତଥା ବାରମ୍ବାର ବିଭିନ୍ନ ପରୀକ୍ଷାରେ ଅନିୟମିତତା, ଲିକ ପାଇଁ ଦେଶରେ ଛାତ୍ରଙ୍କ ଆକ୍ରୋଶ ଦେଖାଯାଉଛି l ସେଇ ପରିପେକ୍ଷୀରେ କଂଗ୍ରେସ ତଥା ବିପକ୍ଷ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରୋଂକି ଗୁଞ୍ଜ ଅଭିଯାନ ଆରମ୍ଭ ହୋଇ ଦେଶ ସାରା କଂଗ୍ରେସ ଛାତ୍ରଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛି l ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରୁଛି lଭୁବନେଶ୍ୱର ଏମ୍ପାୟାର ହୋଟେଲରେ ଅନୁଷ୍ଠିତ ଛାତ୍ରୋଂ କି ଗୁଞ୍ଜ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଏଆଇସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ଓ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଛନ୍ତି lଶ୍ରୀ ଖେରା କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲସ ତିଆରିରେ ବ୍ୟସ୍ତ l ଏହା କଣ ଶିକ୍ଷମନ୍ତ୍ରୀଙ୍କ କାମ ?


ଏମାନଙ୍କ ସରକାରରେ ବିଗତ 10 ବର୍ଷରେ 90 ଥର ପ୍ରଶ୍ନପତ୍ର ଲିକ ହୋଇ 7 କୋଟି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି lପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି l ପରୀକ୍ଷା କିଭଳି କରାଯାଏ ଜଣା ନାହିଁ, ପରୀକ୍ଷା କେମିତି ଦେବେ ଜ୍ଞାନ ଦେଉଛନ୍ତି l ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ ଲାଗିଛି lରାହୁଳ ଗାନ୍ଧୀ କେତେ ବର୍ଷ ଆଗରୁ କହି ଆସୁଛନ୍ତି ଯେ ଛୁଆପିଲାଙ୍କ ଭବିଷ୍ୟତ ଉପରେ ଖେଳିବା ବନ୍ଦ କରନ୍ତୁ ବୋଲି l ବର୍ତମାନ ନିଟ-ଲିକ-ରିପିଟ ଏକ ପରମ୍ପରା ହୋଇ ଗଲାଣି l ଯେଉଁ ପିଲାମାନେ ନିଟ ଦେଉଛନ୍ତି ସେମାନଙ୍କ ପରିବାର ଉପରେ କଣ ବିତୁଥିବ ଟିକିଏ ଚିନ୍ତା କରନ୍ତୁ l ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ଅଛି l
କୋଟାରେ ଆମେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଲୁ l ସାରା ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି l ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ’ ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ ବୋଲି ଶ୍ରୀ ଖେଡା ସରକାରଙ୍କୁ ଚେତାଇ ଦେଇଛନ୍ତି l ଭାରତର 28 ଗୋଟି ସହରରେ ଆଜି ଏକା ସାଥିରେ ସାମ୍ବାଦିକ ସମ୍ମିଳନୀ ହେଉଛି l ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି l ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦରକାର କାରଣ ସେ ଉତ୍ତରଦାୟୀ ଓ ପାପ କରିଛନ୍ତି l ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ ହେବା ଆବଶ୍ୟକ l ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର ବର୍ଷର ନିର୍ଦିଷ୍ଟ ଦିନ କରିବା ଉଚିତ l
ଓଡ଼ିଶାର ସାମ୍ବାଦିକ ସାହସୀ, ମିଡ଼ିଆ ଭାଇଙ୍କୁ ଅନୁରୋଧ ସ୍ୱର ଉତ୍ତୋଳନ କରନ୍ତୁ l ଏହି ସରକାର ଅତ୍ୟନ୍ତ ଭୟାଳୁ ସରକାର ଅଟନ୍ତି, ସବୁଠାରୁ ବେଶୀ ମିଡ଼ିଆକୁ ଡରନ୍ତି l ତେଣୁ ସ୍ୱର ଶାଣିତ କରି ଏମାନଙ୍କୁ ଟିକିଏ ଡରାନ୍ତୁ ଓ ଦେଶର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ସ୍ୱର ଉଠାନ୍ତୁ ବୋଲି ଶ୍ରୀ ଖେଡା ଅନୁରୋଧ କରିବା ସହ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଖେଡା କହିଛନ୍ତି ଯେ, ପୁରା ବିଶ୍ୱରେ ଛାତ୍ରଙ୍କ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନାବାହିନୀର ବ୍ୟବହାର ଆପଣ କେବେ ଦେଖି ନଥିବେ, ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାର ସାର୍ଟିଫିକେଟ ଅଟେ l


ଆଜିର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଛାତ୍ରୋଂ କି ଗୁଞ୍ଜ ଅଭିଯାନ ପୋଷ୍ଟର ଉନ୍ମୋଚିତ ହୋଇଥିଲା l ଏହି ଅବସରରେ
ମଞ୍ଚାସିନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ (କୋକୋ) କହିଥିଲେ, ଆଜିଠାରୁ ଦୀର୍ଘ 40 ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଆଦିକୁ ଯାଇ ଛାତ୍ରଙ୍କ ଅସୁବିଧା ଓ ସମସ୍ୟା ଆଦି ବୁଝିବ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ l
ଆଜିର ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଂଚାଳନ କରି ଥିବାବେଳେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, କୋକୋ ପାଢ଼ୀ, ପୂର୍ବତନ ଯୁବ କଂଗ୍ରେସ ସ୍ମୃତି ରଞ୍ଜନ ଲେଙ୍କା ମଞ୍ଚାସିନ ଥିଲେ l ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସସ୍ମିତା ବେହେରା, ମିନାକ୍ଷୀ
ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ସୁଦର୍ଶନ ଦାସ, ସତ୍ୟବ୍ରତ ପାତ୍ର, ଅଭୟ ସାହୁ, ରଞ୍ଜିତ ପାତ୍ର, ୟାଶୀର ନାୱାଜ, ମଧୁସ୍ମିତା ସେଠି, ଆରୋ ପ୍ରସାଦ ମିଶ୍ର, ତରୁଣ ମିଶ୍ର, ନିରୁପମା ପାତ୍ର, ସୁନିତା ନାୟକ, ପ୍ରଦୀପ ମହାପାତ୍ର, ସୁଦୀପ ସାମଲ, ଉଷାରାଣୀ ବେହେରା ଓ ଗଣମାଧ୍ୟମ ବିଭାଗର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
