June 27, 2026
Home » ସରକାରୀ ସହାୟତା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦାବି

ସରକାରୀ ସହାୟତା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦାବି

0
WhatsApp Image 2026-06-27 at 1.58.31 PM

 

ସୁବର୍ଣ୍ଣପୁର — ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମ୍ବପାଲି ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗ୍ରାମର ଏକାଦଶିଅ ଦନ୍ତାଙ୍କ ଘର ଉପରେ ହଠାତ୍ ବଜ୍ରପାତ ହେବା ହେତୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।ଯେତେବେଳେ ଏହି ଦୈବୀ ଦୁର୍ବିପାକ ଘଟିଲା ସେତେବେଳେ ଘର ଭିତରେ ଜଣେ ବୃଦ୍ଧ, ମାମୁଁ ଓ ତାଙ୍କ ଝିଅ ଶୋଇଥିଲେ । ସେହି ତିନି ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି ସତ, କିନ୍ତୁ ବଜ୍ରପାତ ଜନିତ ନିଆଁରେ ସେମାନଙ୍କର ସର୍ବସ୍ୱ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ସେହି ଗରିବ ପରିବାରର ମୁଣ୍ଡ ଗୁଞ୍ଜିବାକୁ ଆଉ ଚାଳ ବି ନାହିଁ କି ମୁଠେ ଖାଇବାକୁ ଦାନା ନାହିଁ । ବର୍ତ୍ତମାନ ସେମାନେ ଖୋଲା ଆକାଶ ତଳେ ଅତି ସାଙ୍ଘାତିକ ପରିସ୍ଥିତିରେ ଅଛନ୍ତି । ସେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରି ଆପଣ ନିଜେ ଏହି ଅତି ଗରିବ ଏବଂ ଅସହାୟ ପରିବାରର ସ୍ଥିତିକୁ ଅନୁଧ୍ୟାନ କରନ୍ତୁ ବୋଲି ଦାବି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା (Disaster Management Act) ଅଧୀନରେ ମିଳୁଥିବା ସରକାରୀ ସହାୟତା, ଜରୁରୀକାଳୀନ ରିଲିଫ୍ (Ration & Shelter) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ତୁରନ୍ତ ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି ହେଉଛି l ଟିକିଏ ମାନବୀୟ ସହାୟତା ଏହି ନିରାଶ୍ରୟ ପରିବାରକୁ ଏକ ନୂଆ ଜୀବନ ଦେଇପାରିବ ବୋଲି ଆଶା କରାଯାଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *