September 9, 2026
Home » ଫଟୋଗ୍ରାଫି କର୍ମଶାଳା ଉଦ୍‌ଘାଟିତ

ଫଟୋଗ୍ରାଫି କର୍ମଶାଳା ଉଦ୍‌ଘାଟିତ

0
WhatsApp Image 2026-08-19 at 8.35.38 PM (1)

 

ଭୁବନେଶ୍ୱର:  ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍‌ଘାଟିତ ହୋଇଯାଇଛି। ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ‘ଫଟୋଗ୍ରାଫି କର୍ମଶାଳା’ ଅନୁଷ୍ଠିତ ହେଉଛି।

ଆଜିର ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଅତିରିକ୍ତ ଇନସ୍ପେକ୍ଟର ଜେନେରାଲ, ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ଶ୍ରୀ ଆଶିଷ କୁମାର ଜେନା, ଫଟୋଗ୍ରାଫର ଶ୍ରୀ ଦିଲୀପ ଧୀର ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଆଜିର ଯୁଗରେ ଫଟୋଗ୍ରାଫିର ଚାହିଦା ବେଶ୍ ବଢ଼ିଛି।ଫଟୋଗ୍ରାଫିକୁ ନିଜର କ୍ୟାରିୟର ଭାବେ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିର ବିଭିନ୍ନ ବୈଷୟିକ ଦିଗ ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇବା ସହ ସୃଜନଶୀଳତା ବିକାଶ ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦ ଜଣ ପ୍ରଶିକ୍ଷାର୍ଥୀ ଫଟୋଗ୍ରାଫି କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ‘ବେସିକ୍ସ ଅଫ୍ ଫଟୋଗ୍ରାଫି’, ‘ଷ୍ଟ୍ରିଟ୍ ଓ କ୍ୟାଣ୍ଡିଡ ଫଟୋଗ୍ରାଫି’, ‘ଲ୍ୟାଣ୍ଡସ୍କେପ୍ ଫଟୋଗ୍ରାଫି’, ପୋଟ୍ରେଟ୍ ଫଟୋଗ୍ରାଫି’ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *