October 8, 2026
Home » ଫୁଲବାଣୀର ଗଞୁଗୁଡା ଠାରେ ବରପଦା କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ।

ଫୁଲବାଣୀର ଗଞୁଗୁଡା ଠାରେ ବରପଦା କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ।

0
WhatsApp Image 2026-10-08 at 7.35.59 PM

ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ତରରୁ ସୁରଭି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀଙ୍କ ସୁପ୍ତ ପ୍ରତିଭାର ବିକାଶ ଓ ସୣଜନଶୀଳତାର ପରିପ୍ରକାଶ ପାଇଁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ବାରଟି ବିଭାଗରେ କୣତି ପ୍ରତିଯୋଗୀଙ୍କୁ ଚୟନ କରିଯାଇ କ୍ଳଷ୍ଟର ସ୍ତର, ବ୍ଳକ, ଜିଲାସ୍ତର ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ସୣଷ୍ଟି କରାଯାଇଛି। ଏହି ଅବସରରୈରେ ତର୍କ, ପ୍ରବନ୍ଧ,ଓଡ଼ିଆ ଭାଷା ଞାନ, ଚିତ୍ରାଙ୍କନ, ହସ୍ତଶିଳ୍ପ,ଦଳଗତ ନୣତ୍ୟ, ବାଦ୍ୟଯନ୍ତ୍ର, କୁଇଜ ଏହିଭଳି 11/12ଟି ବିଭାଗରେ ସାତ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବରପଦା କ୍ଳଷ୍ଟର ପ୍ରତିଯୋଗିତା ଗଞୁଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ କନ୍ଧମାଳ ଜିଲା (ସିଟିଓ)ଟ୍ୟାକ୍ସ ଅଧିକାରୀ ଏକାଂଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ତଥା ସରକାରୀ ଆଇନଜୀବୀ ଅଶୋକ ପରିଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଫଳରେ କ୍ଳଷ୍ଟରର ପିଲାମାନେ ଜିଲା ଓ ରାଜ୍ୟସ୍ତରରେ ସୁନାମ ଆଣି ଜିଲାର ନାମ ରୋଷଣ କରିବେ ବୋଲି କହିଥିଲେ।ବିଆରସିସି ଧନେଶ୍ୱର କହଁର ସରପଞ୍ଚ ଆଲୋକ କହଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କୣତି ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଓ କ୍କଷ୍ଟର ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯକ୍ରମ ଆୟୋଜନରେ ସହଯୋଗ କରିଥିଲେ। କ୍ଳଷ୍ଟର ସିଆରସିସି ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ସୂଚାରୁରୂପେ ଆୟୋଜନ କରିଥିଲେ। ଗାଁର ବୁଦ୍ଧିଜୀବୀ ଓ ଗ୍ରାମବାସୀ ଓ ସଦସ୍ୟମାନେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରୁଥିଲେ।

Leave a Reply

Your email address will not be published. Required fields are marked *