ବଡମ୍ବା ନରସିଂହପୁର ର ନୂତନ ଓଏଏସ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଏଡ଼ିଜି ସଞ୍ଜୀବ ପଣ୍ଡା
ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (OAS ) ପାଇଥିବା ବଡମ୍ବା-ନରସିଂହପୁର ବ୍ଲକର OAS ମାନଙ୍କୁ ଓଡିଶା ଆଣ୍ଟି ନକ୍ସଲ ଅପରେସନ ର ମୁଖ୍ୟ ତଥା ଅତିରିକ୍ତ ଡ଼ିଜି ସଞ୍ଜୀବ ପଣ୍ଡା ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଓଡିଶା ପ୍ରଶାସନିକ ସେବାରେ 89 rank ରେ କୃତକାର୍ଯ୍ୟ ହୋଇଥିବା ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମର ରାଜା ସାହୁ, 64 Rank ପାଇଥିବା ନରସିଂହପୁର ପାର୍ବତୀପୁର ଗ୍ରାମର କୋମଲ ଶତପଥୀ, 21 Rank ପାଇଥିବା ବଡମ୍ବା ଦଶରଥୀପୁର ଗ୍ରାମର ଶୋଭେସ୍ ପାଣିଗ୍ରାହୀ ଙ୍କୁ ଅତିରିକ୍ତ ଡ଼ିଜି ସଞ୍ଜୀବ ପଣ୍ଡା ଭୁବନେଶ୍ବର ଆଣ୍ଟି ନକ୍ସଲ କାର୍ଯ୍ୟଲୟ ଠାରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ପ୍ରଶାସନିକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଜୟ କୁମାର ପଣ୍ଡା ସଂଯୋଜନା କରିଥିଲେ।।
