ସୁବର୍ଣ୍ଣପୁର ଜିଲ୍ଲା ରେ 20 ପର୍ଯ୍ୟନ୍ତ ସ୍କୁଲ, କଲେଜ କୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ରେ ଗ୍ରୀଷ୍ମ ଛୁଟି କୁ 20 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ l ପୂର୍ଵ ନିର୍ଦ୍ଧାରିତ ତାରିଖ ଅନୁସାରେ ଜୁନ 18 ତାରିଖ ଦିନ ସମସ୍ତ ସ୍କୁଲ, କଲେଜ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା l ହେଲେ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ଛୁଟି ଅବଧି କୁ ବୃଦ୍ଧି କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ,( ଉଭୟ ସରକାରୀ ଓ ବେସରକାରୀ ) ଓ ଅଙ୍ଗନବାଡି କେନ୍ଦ୍ର 20 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ l ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜରୁରୀ ଶାଖା ପକ୍ଷରୁ ( Order No.- XLII-08/2026-8677/17/06/2026) ନିର୍ଦ୍ଦେଶନାମା ପ୍ରକାଶ ପାଇଛି l ଆଗକୁ ପରିସ୍ଥିତି କୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଏହି ଚିଠି ରେ ଉଲ୍ଲେଖ ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
