କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମାନବିକତାର ପରିଚୟ, ଶବ ସତ୍କାର କଲେ ତହସିଲଦାର ଓ ସରପଞ୍ଚ
ସୁବର୍ଣ୍ଣପୁର — ଏବେ ମଧ୍ୟ ବଞ୍ଚିଛି ମାନବିକତା l ବୌଦ୍ଧ ଜିଲ୍ଲା ପୁରୁଣାକଟକ କଲେଜ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଦୀର୍ଘଦିନ ଧରି ରହୁଥିବା ଜଣେ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ବିଶିକେଶନ ଦନାୟକ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ,କିନ୍ତୁ ମୃତ୍ୟୁ ପରେ ମୃତଦେହକୁ ସତ୍କାର ବା ସ୍ପର୍ଶ କରିବାକୁ ମଧ୍ୟ ଆଗକୁ ଆସିନଥିଲେ।
ଏହି ସମୟରେ ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା ଓ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ,ସୁକାନ୍ତ ପଟ୍ଟନାୟକ, ପଞ୍ଚାନନ ଆପଟ, ବାବୁଲି ସାହୁ, ପିଇଓ ଲଡ଼ୁ କିଶୋର ସାହୁ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମାନବିକତାର ପରିଚୟ ଦେଇ ମୃତ ବ୍ୟକ୍ତିଙ୍କର ଶେଷକୃତ୍ୟ ପାଇଁ ପଦକ୍ଷେପ ନେଇଥିଲେ ଏବଂ ଶେଷରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି।
ତହସିଲଦାର, ସରପଞ୍ଚ ଓ ସ୍ଥାନୀୟ ଲୋକଙ୍କ ଏହି ମାନବିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
