April 27, 2026
Home » ବରଯାତ୍ରୀ ବସ ଦୁର୍ଘଟଣା, 15 ଆହତ

ବରଯାତ୍ରୀ ବସ ଦୁର୍ଘଟଣା, 15 ଆହତ

0
WhatsApp Image 2026-04-26 at 6.05.26 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ରୁ ବରଯାତ୍ରୀ ଫେରି ଆସୁଥିବା ବେଳେ ବସ ଦୁର୍ଘଟଣା ହୋଇ 15 ଜଣ ଆହତ ହୋଇଥିବା ଖବର ମିଳିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣା ହୋଇଛି l ସୂଚନା ରୁ ପ୍ରକାଶ ଯେ,ବରଗଡ଼ ଜିଲ୍ଲା କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ l ବରଯାତ୍ରୀ ସାରି ଫେରୁଥିବା ସମୟରେ ବସ ( ବସ ନମ୍ବର -OR -11K3388 )ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା l ଦୁର୍ଘଟଣା ରେ 15 ଜଣ ଆହତ ହୋଇଥିବା ସୂଚନା ମିଳିଛି l ଦୁର୍ଘଟଣା ହୋଇଥିବା ବସ ଭିତରୁ ସମସ୍ତଙ୍କୁ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କରି 3 ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ 12 ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବରଯାତ୍ରୀ ବସ କେଉଁ ପରିସ୍ଥିତି ରେ ଦୁର୍ଘଟଣା ହେଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ l ଡ୍ରାଇଭର ମଦ୍ୟପାନ କରି ବସ ଚଳାଉଥିଲେ ନା ନିଦ ଲାଗିବା ଯୋଗୁଁ ଦୁର୍ଘଟଣା ହେଲା ତଦନ୍ତ ହେଲେ ଜଣାପଡିବ l ବସରେ ମୋଟ 54 ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *