October 21, 2026
Home » ବହୁ ଚର୍ଚ୍ଚିତ ମା କୁ ପୁଅ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରିଦେବା ଘଟଣାରେ ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ମା କୁ ପୁଅ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରିଦେବା ଘଟଣାରେ ଅଭିଯୁକ୍ତ ଗିରଫ

0
WhatsApp Image 2026-10-20 at 6.13.02 PM

ପୁରୀର ବହୁ ଚର୍ଚ୍ଚିତ ମା କୁ ପୁଅ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରିଦେବା ଘଟଣାରେ ଅଭିଯୁକ୍ତ ପୁଅ କୁ ପୁରୀ ପୋଲିସ ଗିରଫ କରିଛି। ଝାଡ଼ଖଣ୍ଡର ଟାଟା ନଗର ରୁ ଅଭିଯୁକ୍ତ ପୁଅ ମଦନ ଗଜାନନ ଦଳେଇ (୪୨) କୁ ପୁରୀ ପୋଲିସ ଗିରଫ କରିଛି। ହତ୍ୟାକାରୀ ପୁଅ ଟାଟା ନଗରର ରେ ଏକ ସ୍ନାକ୍ସ ଦୋକାନରେ ରହି କାମ କରୁଥିବା ବେଳେ ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିବା ପରେ ଅଭିଯୁକ୍ତ ପୁଅ ମଦନ ଗଜାନନ ଦଳେଇ କୁ ଗିରଫ କରିଥିଲା ପୁରୀ ପୋଲିସ। ପୁରୀ ଏସପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ହତ୍ୟାକାରୀ ପୁଅ ମଦନ ନିଜ ମା ଅନ୍ନପୂର୍ଣ୍ଣା ଦଳେଇ ଙ୍କୁ କିଭଳି ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରି ଦେଇଥିଲା ସେନେଇ ଆଜି ସିନ୍ ରିକ୍ରିଏସନ କରିଛି ପୁରୀ ପୋଲିସ। ହତ୍ୟାକାରୀ ପୁଅ ମଦନ କାହିଁକି ନିଜ ମାଆକୁ ହତ୍ୟା କଲା ତାହା ସ୍ପଷ୍ଟ କରିନଥିବା ବେଳେ ଅଭିଯୁକ୍ତ କୁ ରିମାଣ୍ଡରେ ଅଣାଯାଇ ମୃତ ମହିଳାଙ୍କ ମୃତ୍ୟୁର ରହସ୍ୟ ସମ୍ପର୍କରେ ତଦନ୍ତ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ମାଆ ର ମୃତ୍ୟୁ ପରେ ଅଭିଯୁକ୍ତ ପୁଅ ମଦନ କାହାକୁ କିଛି ନଜଣେଇ ରୋଷେଇ ଘର ସ୍ଲାବ ତଳେ ନିଜ ମାଆର ମୃତଦେହ ରଖି ସିମେଣ୍ଟ ଲଗାଇ‌ ପ୍ଲାଷ୍ଟର କରି ଫେରାର ହୋଇଯାଇଥିଲା। ପୋଲିସ ଆଗରେ ଅଭିଯୁକ୍ତ ସ୍ବିକାର କରିଥିବା ଏସପି କହିଛନ୍ତି। ମୃତ ମହିଳା ଅନ୍ନପୂର୍ଣ୍ଣା ଦଳେଇ ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ଏହି ଘଟଣା କୁ ନେଇ ପୁରୀ କୁମ୍ଭାରପଡ଼ା ଥାନା ରେ ଗତ ଅଗଷ୍ଟ ମାସ ୨୫ ତାରିଖ ରେ କେସ ନମ୍ବର 436 , U/s- 103(1)/238 BNS ରେ ଏକ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *