ବାର୍ଷିକ କ୍ରୀଡା ଉଦଘାଟନ
ସୁବର୍ଣ୍ଣପୁର — ସୋନପୁର ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି l ଏହି କ୍ରୀଡା ସମାରୋହରେ ସବ୍ ଜୁନିଅର, ଜୁନିଅର, ସିନିଅର ଏବଂ ଶିଶୁବାଟିକା ର ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୌଡକୁଦ ଡିଆଁ ଆଦି ଅନେକ Event ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ଯୁବ କ୍ରୀଡାବିତ ତଥା ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ପିୟୁଷ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡି ଏସ ଏସ ଓ ଶ୍ରୀମାନ୍ ଅମନ ପଣ୍ଡା , ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଶ୍ରୀମାନ୍ ବାଲାଜି ବିଶ୍ୱନାଥ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଠିକ ସହିପରି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦୁର୍ଯ୍ୟୋଧନ ରାଉତ ପୂର୍ବତନ ଜିଲ୍ଲା କ୍ରୀଡ ନିରୀକ୍ଷକ, ଏ ବି ଓ କୃଷ୍ଣଚନ୍ଦ୍ର ପଣ୍ଡା, ପକିର ଭୋଇ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସମାରୋହରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିଲାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଇଭେଣ୍ଟ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପିନାକ ତରିଆ ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ଦାସ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଜାହାଙ୍ଗୀର ରାଜହଂସ l ସର୍ବୋପରି ଏହି କ୍ରୀଡ଼ାର ସମସ୍ତ ପ୍ରକାର ସଫଳତା ଖେଲୋ ଇଣ୍ଡିଆର କୋଚ୍ କଳିମ୍ ମହମ୍ମଦ ବରିଷ୍ଠ ଖେଳ ଶିକ୍ଷକ ସଞ୍ଜୟ କୁମାର ସାହୁ ଏବଂ ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଖେତୀ ଶ୍ରେୟ ନେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
