ବାଲୁକା କଳା ଆନିମେସନ୍ରେ ପ୍ରଦର୍ଶିତ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ଜନସେବା ଯାତ୍ରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ, ଓଡ଼ିଶାର ପୁରୀସ୍ଥିତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରୀ ମୋନାଲିସା ମୋହାରାଣା ଏବଂ ସୋନାଲୀ ଆଲୁକ ଏକ ସ୍ୱତନ୍ତ୍ର ବାଲୁକା କଳା ଆନିମେସନ୍ (Sand-art Animation) ନିର୍ମାଣ କରିଛନ୍ତି। ଏଥିରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି।
ଏହି ଆନିମେସନ୍ଟି ଏହି ବାର୍ତ୍ତା ବହନ ରହିଛି: “25 YEARS OF PUBLIC SERVICE, A VISION FOR VIKSIT BHARAT” (୨୫ ବର୍ଷର ଜନସେବା, ବିକଶିତ ଭାରତ ପାଇଁ ଏକ ସଂକଳ୍ପ)।କ୍ରମାନ୍ୱୟ ଦୃଶ୍ୟମାନ କାହାଣୀ ମାଧ୍ୟମରେ, ଏହି କଳାକୃତିଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରାକୁ ଜୀବନ୍ତ କରିତୋଳିଛି—ଯାହା ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳରୁ ଆରମ୍ଭ ହୋଇ ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ବର୍ଷଗୁଡ଼ିକୁ ଦର୍ଶାଉଛି। ଏହାପରେ ଏହି ଆନିମେସନ୍ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ ଆଗକୁ ବଢ଼ାଇବା ସହ ଭବିଷ୍ୟତରେ ଭାରତ କିପରି ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିଉଠିପାରିବ, ତାହା ଚିତ୍ରଣ କରିଛି।ଏହି ଦୁଇଜଣ ଛାତ୍ରୀ ଏହି କଳାକୃତି ପ୍ରସ୍ତୁତ କରିବାକୁ ପ୍ରାୟ ୨୦ ମିନିଟ୍ ସମୟ ନେଇଥିଲେ। ସୃଜନଶୀଳ ବାଲୁକା ଆନିମେସନ୍ ମାଧ୍ୟମରେ, ସେମାନେ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଜନସେବା ଯାତ୍ରାକୁ ପ୍ରଦର୍ଶିତ କରିବା ସହ ଭାରତର ଭବିଷ୍ୟତ ପାଇଁ ଏକ ସଂକଳ୍ପକୁ ମଧ୍ୟ ସ୍ଥାନ ଦେଇଛନ୍ତି।
